ବଜାରରେ କମୁ ନାହିଁ ଆଳୁ ଦର, ଏବେ ବି ୪୦ ରୁ ୪୫ ଟଙ୍କାରେ ହେଉଛି ବିକ୍ରି

ଭୁବନେଶ୍ୱର : କମୁନି ଆଳୁ ଦର । ଏବେ ବି ଖୁଚୁରା ବଜାରରେ ୪୦ ରୁ ୪୫ ଟଙ୍କାରେ ବିକ୍ରି ହେଉଛି ଆଳୁ । ସପ୍ତାହେ ପରେ ବି ସ୍ବାଭାବିକ ହେଉନି ଆଳୁ ଦର । ଏଭଳି ଦରଦାମ ବୃଦ୍ଧି ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି। ଆଳୁ ଦର ବଢିବା ଯୋଗୁଁ ସାଧାରଣ ଖାଉଟିର ପକେଟକୁ ବାଧୁଛି। ଏଭଳି ସ୍ଥିତିରେ ଆଳୁ କେଜି ପିଛା ୩୨ ଟଙ୍କାରେ ବିକ୍ରି ପାଇଁ ମନ୍ତ୍ରୀଙ୍କ ତାଗିଦ୍ କରିଥିଲେ ହେଁ ଏହାକୁ ମାନିବାକୁ ନାରାଜ୍ ଖୁଚୁରା ବ୍ୟବସାୟୀ।
ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନୀ ଉପରେ ପ୍ରାୟ ୧୦ ଦିନରୁ ଅଧିକ ହେଲାଣି କଟକଣା ଲାଗୁ କରିଛନ୍ତି । ପଶ୍ଚିମବଙ୍ଗରୁ ଏପର୍ଯ୍ୟନ୍ତ ଯୋଗାଣ ସ୍ବାଭାବିକ ହୋଇପାରୁନି ଯୋଗାଣ। ଫଳରେ ବଢିବାରେ ଲାଗିଛି ଆଳୁ ଦର। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ଯେହେତୁ ସେମାନେ ପୂର୍ବରୁ ଚଢ଼ା ଦରରେ ଆଳୁ କିଣି ସାରିଛନ୍ତି, ସେହି କ୍ଷତିର ଭରଣା ଦେବ କିଏ? କେବଳ ଏତିକି ନୁହେଁ, ପଶ୍ଚିବଙ୍ଗରୁ ଓଡ଼ିଶାକୁ ଆଳୁ ପରିବହନ ଏଯାଏ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି। ଫଳରେ ବ୍ୟବସାୟୀମାନେ ଚାନ୍ଦା ଦେଇ ଓ ବିଭିନ୍ନ ଗଳାବାଟ ଦେଇ ଆଳୁ ଆଣୁଛନ୍ତି।
ପଶ୍ଚିମବଙ୍ଗରେ ଆଳୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ରହିଛି । ଏହି ହିସାବରେ ଓଡ଼ିଶାରେ ମାର୍କେଟ ଦର ୩୨ ଟଙ୍କା ହେବାକଥା । ହେଲେ ଖୁଚୁରା ବ୍ଯବସାୟୀ ଅଧିକ ଦରରେ ଆଳୁ ବିକୁଥିବା କହିଛନ୍ତି ରାଜ୍ଯ ବ୍ଯବସାୟୀ ମହାସଂଘ ମହାସଚିବ । ଦର କମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ତୃଣମୂଳସ୍ତରରେ ନିୟନ୍ତ୍ରଣ ନାହିଁ । ହୋଲସେଲ ଓ ରିଟେଲ ପ୍ରାଇସ ଅନୁପାତ ସରକାର ସ୍ଥିର କରିବା କଥା । ହେଲେ ତାହା କରାଯାଉନାହିଁ । ଯେଉଁଥିପାଇଁ ସମସ୍ଯା ହେଉଥିବା ବ୍ଯବସାୟୀ ସଂଘ କହିଛି ।