ବାର୍ଡ ଫ୍ଲୁ ପାଇଁ ହଟସ୍ପଟ୍ ପାଲଟିଛି ପୁରୀ ଜିଲ୍ଲା, ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପ୍ରଶାସନର କଟକଣା

ପୁରୀ: ପୁରୀ ଜିଲ୍ଲା ବାର୍ଡ ଫ୍ଲୁ ହଟସ୍ପଟ୍ ପାଲଟିଛି । ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ଚାରୋଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ କରାଯାଇଛି । ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନ କଟକଣା ଲଗାଇଛି । ପିପିଲି, ଡେଲାଙ୍ଗ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେହିପରି ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ହେବ ନାହିଁ । ୧-୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି । ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରାଯିବ । ଯଦି ନେଗେଟିଭ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ ସିଲ ହୋଇଛି । ଡେଲାଙ୍ଗ ବ୍ଲକରେ ୩୪୪ଟି ଫାର୍ମ ରହିଛି । ବିଶୋଧନ କରି ୬୪ଟି ଫାର୍ମକୁ ସିଲ୍ କରାଯାଇଛି । ସେହିଭଳି ସତ୍ୟବାଦୀରେ ୨୨ଟି କୁକୁଡ଼ା ଫାର୍ମକୁ ବିଶୋଧନ କରି ସିଲ କରିଛି ପ୍ରାଣୀ ସମ୍ପଦ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like