ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ୍‌ କଟିଯିବା ଘଟଣା: କୁଳପତିଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟପାଳ

ଗତ ଶନିବାର ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ୍‌ କଟିଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ୯ ମିନିଟ୍‌ ଲାଇଟ୍‌ କଟିଯିବା ଘଟଣାରେ ରିପୋର୍ଟ ତଲବ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିର୍ଭସିଟି କୁଳପତିଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟପାଳ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାଲି ସୁଦ୍ଧା ରିପୋର୍ଟ ଦାଖଲା କରାଯିବା ନେଇ ୟୁନିର୍ଭସିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଶନିବାର ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ୍‌ କଟିଯାଇଥିଲା । ଅନ୍ଧାରରେ ୯ ମିନିଟ୍‌ ଅଭିଭାଷଣ ରଖିଲେ ମହାମହିମ । ଏହି ଘଟଣାରେ ଜଣେ ଠିକା ଇଲେକ୍ଟ୍ରିସିଆନ୍‌ଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.