କରୋନା ଡର: ରାସ୍ତାରେ ପଡିଥିବା ମୂଲ୍ୟବାନ ପିପିଇ କିଟ୍‌ ମଧ୍ୟ ଉଠାଉନାହାନ୍ତି ଲୋକେ

ଲୋକଙ୍କୁ ସାବାଡ କରିସାରିଲାଣି କରୋନା। ରାସ୍ତାରେ ଦୁଇହଜାର ଟଙ୍କିଆ ପଡିଥିଲେ ମଧ୍ୟ ହାତ ମାରିବାକୁ ଡରୁଛନ୍ତି। ପୋଲିସକୁ ଫୋନ କରଛନ୍ତି। କିନ୍ତୁ କୌଣସି ଜିନିଷକୁ ହାତ ମାରୁନାହାନ୍ତି। କେବଳ ପଇସା ନୁହେଁ ବରଂ ରାସ୍ତାରେ ପଡିଥିବା କିଛି ବି ମୂଲ୍ୟବାନ ଜିନିଷକୁ ହାତ ମାରିବାକୁ ଡରୁଛନ୍ତି। ଏମିତି ଏକ ଘଟଣା ପିପିଇ କିଟ୍‌ ପଡିଥିଲା। ଏହି କିଟ୍‌କୁ ଦୋକାନ ମାଲିକ ଧୀରେନ୍ଦ୍ର ବେଉରିଆ ନ ଛୁଇଁ ନିକଟସ୍ଥ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳରେ ଇନଫୋସିସି ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି ପହଞ୍ଚି ମେଡିକାଲ କିଟ୍‌କୁ ଥାନାକୁ ନେଇଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଭଳି ଅତି ଜରୁରୀ ସାମଗ୍ରୀ ନେଇଯାଉଥିବା ଗାଡି ହେଉ ଅବା ଲୋକ ସାବଧାନତା ଅବଲମ୍ବନ କରିବା କଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.