ସଜେଇ ହେଲାଣି ରାଜଧାନୀ: ଦିନକ ପରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ସୁରକ୍ଷାରେ ୮୦ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର : ଆସନ୍ତାକାଲି ପ୍ରବାସୀ ଭାରତୀୟ ମହାକୁମ୍ଭ । ତିନିଦିନିଆ ମେଗା ଇଭେଣ୍ଟ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ଓଡ଼ିଆ ସଂସ୍କୃତିି ଅନୁଯାୟୀ ପ୍ରବାସୀଙ୍କୁ ସ୍ବାଗତ କରାଯିବ । ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ପାଇଁ ବିଭିନ୍ନ ସେସନ୍ ରହିବ । ମେଗା ଇଭେଣ୍ଟକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ କସରତ ଜାରି ରହିଛି । ଏପର୍ଯ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଭୁବନେଶ୍ୱର ବିମାନବନ୍ଦରରେ ବିଜେପି ପକ୍ଷରୁ ପ୍ରବାସୀ ଭାରତୀୟଙ୍କୁ ଦିଆଯିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା । ପ୍ରବାସୀ ଭାରତୀୟ ଦିବସ ବେଳେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଜନତା ମୈଦାନ । ଧମକପୂର୍ଣ୍ଣ ମେଲ୍ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି ।
ସେହିପରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସୁଥିବାରୁ ସିସିଟିଭି ସର୍ଭେଲାନସରେ ରହିବ ନଜର। ସମ୍ମିଳନୀ ବେଳେ ରାଜଧାନୀରେ ମୁତୟନ ହେବେ ୮୦ପ୍ଲାଟୁନ ପୋଲିସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ । ସିସିଟିଭି ସର୍ଭେଲାନ୍ସରେ ରହିବ ରାଜଧାନୀ । ୯ ତାରିଖରେ ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦଯାପନୀ ଦିବସରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।