ଭାରତୀୟ ତଟରକ୍ଷୀ ବାହିନୀର ଯବାନଙ୍କ କଳାକୌଶଳ : ଶତ୍ରୁକୁ ସାମ୍ନା କରିବାକୁ ଦେଖାଉଛନ୍ତି ଜଲଓ୍ବା

ପାରାଦୀପ(କେନ୍ୟୁଜ୍) :ସମୁଦ୍ରରେ ଯୁଦ୍ଧର କଳା କୌଶଳ ଦେଖାଇଲେ ପାରାଦୀପର ଭାରତୀୟ ତଟରକ୍ଷୀ ବାହିନୀର ଯବାନ୍। ସାମିଲ ହେଲେ ୬ଟି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଓ ଡୋନିୟର୍ ବିମାନ। ସମୁଦ୍ର ଜଳପଥରେ ଭାରତୀୟ ତଟରକ୍ଷୀ ବାହିନୀ କେତେ ସଜାଗ୍ ଓ ମଜବୁତ୍ ତାହାର ଝଲକ ସାଧାରଣ ଜନତା ଦେଖିବାକୁ ପାଇଛନ୍ତି।
ରାଇଜିଙ୍ଗ୍ ଡେ’ ପାଳନ ପୂର୍ବରୁ ସମୁଦ୍ରରେ ଯୁଦ୍ଧର କଳା କୌଶଳ ଦେଖାଉଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ଯବାନ୍। କିଭଳି ଶତ୍ରୁ ପକ୍ଷକୁ ସମୁଦ୍ର ମଧ୍ୟରେ ସାମ୍ନା କରିବାକୁ ହୁଏ ତାହାର ଝଲକ ଦେଖାଉଛନ୍ତି। ଛୋଟ ସ୍ପିଡ୍ବୋଟ୍ ସାହାଯ୍ୟରେ କିଭଳି ଶତ୍ରୁ ପକ୍ଷର ଜାହାଜକୁ କାବୁ କରିହୁଏ, ତାହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ଆକାଶମାର୍ଗରୁ ଡୋନିୟର ବିମାନ ମଧ୍ୟ ଦେଉଥିଲା ପହରା। ଜାହାଜରେ ନିଆଁ ଲାଗିଲେ ପାଣି ମାଡ଼ କରାଯାଇ ନିଆଁକୁ ଆୟତ୍ତ କରାଯାଏ ,ତାହାର କଳା କୌଶଳ ପ୍ରଦର୍ଶନ କରାଯାଇଥିଲା। ସମୁଦ୍ର ଭିତରେ ସମସ୍ତ କଳା କୌଶଳର ମଜା ନେଲେ ସାଧାରଣ ଲୋକ।
ବନ୍ଦର ନିଷିଦ୍ଧାଞ୍ଚଳ ଜେଠି ମଧ୍ୟରେ ଏକତ୍ରିତ ହୋଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ବରିଷ୍ଠ ଅଧିକାରୀ ଓ ସାଧାରଣ ଲୋକ। ଚଳଚଞ୍ଚଳ ହୋଇ ଉଠିଥିଲା ଭାରତୀୟ ତଟରକ୍ଷୀ ବାହିନୀର ବିଜୟ, ସୁଜୟା, ଅମୋଘ ଓ ସରୋଜିନୀ ନାଇଡୁ ଭଳି ଡାହାଜ। ସମୁଦ୍ରର ଗଭୀର ଜଳରାଶି ମଧ୍ୟକୁ ମାଡି ଚାଲିଥିଲା ଜାହାଜ ସବୁ। ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଯବାନ୍ ସଜାଗ ଥିଲେ।