ପ୍ରଦୀପ ଜେନା ହେଲେ OERC ଅଧ୍ୟକ୍ଷ, ରାଜ୍ୟ ସରକାର ଦେଲେ ନିଯୁକ୍ତି

ଭୁବନେଶ୍ବର : ବରିଷ୍ଠ ଆଇଏଏସ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମିଳିଲା OERC ଅଧ୍ୟକ୍ଷ ଦାୟିତ୍ବ। ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ଓଇଆରସିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଏହି ପଦ ଖାଲି ଥିଲା । ୧୯୮୯ ବ୍ୟାଚ୍‌ର ଆଇଏଏସ ଅଫିସର ପ୍ରଦୀପ ଜେନା ୨୦୨୩ ମାର୍ଚ୍ଚ ୧ରେ ସେ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ ।