ବିବାହ ବନ୍ଧନରେ ଆବଦ୍ଧ ହେବେ ରାଜନେତା ପ୍ରଦୀପ ମାଝୀ, ଆସନ୍ତାକାଲି ପଡିବ ହାତ ଗଣ୍ଠି

ଭୁବନେଶ୍ୱର : ବିବାହ ବନ୍ଧନରେ ଆବଦ୍ଧ ହେବେ ରାଜନେତା ପ୍ରଦୀପ ମାଝୀ। ଆସନ୍ତାକାଲି ଗୋଆର ଏକ ରିସର୍ଟରେ ପ୍ରଦୀପଙ୍କ ପଡିବ ହାତ ଗଣ୍ଠି । ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବେ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କୁ ବିବାହ କରିବେ ପ୍ରଦୀପ। ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ । ରାଜନୀତି କ୍ଷେତ୍ରରେ ପ୍ରଦୀପ ଜଣେ ଭଲ ସଗଂଠକ । ଯଦିଓ କାହାକୁ ବାହା ହେବେ ସେ କଥା ପ୍ରଦୀପ ସ୍ପଷ୍ଟ କରିନାହାନ୍ତି ତଥାପି ତାଙ୍କର ସମ୍ପର୍କୀୟ ଏବଂ ୩୦-୩୫ ଘନିଷ୍ଠ ବନ୍ଧୁ ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ଗୋଆ ଯିବେ ବୋଲି ଶୁଣିବାକୁ ମିଳୁଛି ।

ଏହି ବିବାହକୁ ପ୍ରଦୀପ ଅତି ଗୋପନୀୟ ରଖିବାପାଇଁ ଚାହିଁଛନ୍ତି। ଅବଶ୍ୟ ବିବାହ ସମ୍ପନ୍ନ ହେବାପରେ ନବରଙ୍ଗପୁର ଫେରିଲେ ବିବାହ ରିସେପସନ ପାର୍ଟି କରିବେ ବୋଲି ଶୁଣାଯାଉଛି ।

Also read: ଆଜି ଅନୁଭବ ଓ ଜାଗୃତିଙ୍କ ବାହାଘର, ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ