ଗତକାଲିଠୁ ମୁଁ କିଛି ଖାଇନି : ପ୍ରଦୀପ ମହାରଥୀ

ଭୁବନେଶ୍ବର : ପୁଣି ଫେରିଲା ପ୍ରଦୀପ ମହାରଥୀ ଓ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ କଥା କଟାକଟି ପ୍ରସଙ୍ଗ । ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ମନ୍ତବ୍ୟକୁ ନେଇ ଗୃହରେ ବିବୃତ୍ତି ରଖିଥଲେ ପ୍ରଦୀପ ମହାରଥୀ । ମହାରଥୀ କହିଥିଲେ, ଗତକାଲିଠାରୁ ମୁଁ କିଛି ଖାଇନି । ୩୫ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ଏହା ସବୁଠାରୁ ବଡ଼ ଦୁଃଖ । ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମହାରଥୀଙ୍କ ମନ୍ତ୍ରୀ ସମୟରେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାରରୁ ୪୮କୁ ଖସି ଆସିଥିଲା । ତାଙ୍କ ସମୟରେ ୨୪ରୁ ୪୮ଟି ଶୀତଳ ଭଣ୍ଡାର କରାଯାଇଥିବା କହିଛନ୍ତି ମହାରଥୀ । ମନ୍ତ୍ରୀଙ୍କ ଟିପ୍ପଣୀକୁ ଗୃହରୁ ବାଦ୍‌ ଦେବାକୁ ସେ ଦାବି କରିଛନ୍ତି । ବିବୃତ୍ତିକୁ ଗୃହର ବିବରଣୀରୁ ବାଦ୍‌ ଦିଆନଗଲେ ସେ ବିଧାନସଭାକୁ ଆସିବେ ନାହିଁ ବୋଲି କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ବିବୃତ୍ତିକୁ ଅନୁଧ୍ୟାନ କରାଯିବ, ଯଦି ଆକ୍ଷେପ ମୂଳକ ମନ୍ତବ୍ୟ ଥିବ ତାହାକୁ ବାଦ୍‌ ଦିଆଯିବ । ଏନେଇ ଗୃହରେ ରୁଲିଂ ଦେଇଛନ୍ତି ବାଚସ୍ପତି ।

ସେପେଟ ମହାରଥୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଛନ୍ତି, ମହାରଥି ଯାତ୍ରା ପାର୍ଟି ଲୋକ । ଡାଇଲଗ ମାରନ୍ତି । ସେ ଆଗରୁ ଏପରି କହନ୍ତି । ସେ ଜଣେ ଡାଇବେଟିସ୍‌ ରୋଗୀ । ନିଶ୍ଚୟ ଖାଇଥିବେ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

Leave A Reply

Your email address will not be published.