ଝାରପଡ଼ା ଜେଲ ଗଲେ ପ୍ରଦୀପ ମହାରଥୀ, ଆସନ୍ତା ୨୪ ତାରିଖରେ ଜାମିନ ଆବେଦନର ଶୁଣାଣି

ଜେଲ ଗଲେ ପ୍ରଦୀପ ମହାରଥୀ । ପ୍ରଦୀପଙ୍କ ଜାମିନ ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ । କୋର୍ଟ ପରିସରରେ ବେହୋସ ହେବା ପରେ ଚିକିତ୍ସା ପାଇଁ ପ୍ରଦୀପଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା । ହେଲେ ଜାମିନ ଆବେଦନ ଶୁଣାଣି ସ୍ଥଗିତ ହେବା ପରେ ପ୍ରଦୀପଙ୍କୁ ଝାରପଡା ଜେଲ ପଠାଇ ଦଆଯାଇଛି । ଜେଲ ୱାର୍ଡ ମଧ୍ୟରେ ପ୍ରଦୀପଙ୍କୁ ଚିକିତ୍ସା କରାଯିବ ।

ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି ପ୍ରଦୀପଙ୍କୁ ଗିରଫ କରିଥିଲା ପୋଲିସ ।  ଗିରଫ ପରେ କଡ଼ା ସୁରକ୍ଷାରେ ମହାରଥୀଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ତାଙ୍କୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଥିଲା ।ତେବେ କୋର୍ଟରେ ହାଜର ହେବା ପରେ ଗୁରୁତର ଅସୁସ୍ଥ ହୋଇଥିଲେ ପ୍ରଦୀପ ।

ୟସେପଟେ ବିଜେଡି କହିଛିି ଏ ମାମଲାରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠନ ହେଲା। କିନ୍ତୁ ସମାନ ମାମଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏହାକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା ବିଜେଡି। ନିରପେକ୍ଷତା ଅବଲମ୍ବନ କରି ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.