ଜେଲ ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଘଣ୍ଟା ଜେରା, ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାର ଚାଲିଛି ତନାଘନା

ଭୁବନେଶ୍ବର: ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲ ଭିତରେ ଜେରା । ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ୨ ଘଣ୍ଟା ଧରି ଜେରା କରିଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲର ଜଣେ ଡିଏସ୍‌ପି ତାଙ୍କୁ ପଚରାଉଚରା କରିଛନ୍ତି ।

ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ନେଇ ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଛନ୍ତି । କିଏ ଓ କାହିଁକି ଏହି ଟଙ୍କା ଜମା କରିଥିଲା ? ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟକୁ କାହିଁକି ୫୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା ? ସେସବୁ ନେଇ ପଚରାଉଚରା କରାଯାଇଥିବା ଜଣାପଡ଼ିଛି । ଅଭୟକାନ୍ତ ଓ ଆକାଶ ପାଠକଙ୍କ ସହ କେତେ ଟଙ୍କା ନେଣଦେଣ ହୋଇଛି ସେନେଇ ମଧ୍ୟ ଖୋଳତାଡ ଆରମ୍ଭ ହୋଇଛି ।

Leave A Reply

Your email address will not be published.