ରାସ୍ତା ଏବେ ପରିସ୍କାର: ଖୁବଶୀଘ୍ର ବିଜେଡ଼ିରେ ମିଶିବେ ପ୍ରଦୀପ ମାଝୀ, ପ୍ରେସମିଟରେ କଲେ ସ୍ପଷ୍ଟ

ନବରଙ୍ଗପୁର(କେନ୍ୟୁଜ୍): କଂଗ୍ରେସ ଛାଡିବା ପରେ ନିଜ ସମର୍ଥକଙ୍କ ସହ ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପ୍ରଦୀପ ମାଝୀ।  ବିଜେଡ଼ିରେ ମିଶିବେ ବୋଲି କଲେ ସ୍ପଷ୍ଟ। କହଲେ ସଶକ୍ତ ହେଉଛି  ବିଜେଡ଼ି। ଅବିଭକ୍ତ କୋରାପୁଟର ବିକାଶ ପାଇଁ ଖୁବଶୀଘ୍ର  ମୁଁ ବିଜେଡି ସହ ମିଶି କାମ କରିବି ବୋଲି ସାମ୍ବାଦିକ ସମ୍ମିଳନୀ  କରି  ସୂଚନା ଦେଇଛନ୍ତି ପ୍ରଦୀପ ମାଝୀ।  ଗତ ୨୨ ତାରିଖରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ ।

ଦଳ ରୁ ଇସ୍ତଫା ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସର ପୂର୍ବତନ ରାଜ୍ଯ କାର୍ଯ୍ଯକାରୀ ସଭାପତି ପ୍ରଦୀପ ମାଝୀ ।  ଆଜି ପ୍ରାୟ ୧୫୦୦ ସମର୍ଥକଙ୍କୁ ନେଇ ଆୟୋଜନ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ନରଙ୍ଗପୁର ସଂସଦୀୟ କ୍ଷେତ୍ରର କଂଗ୍ରେସ ଦଳର ବହୁ ସମିତି ସଭ୍ଯ ବ୍ଲକ ଚେୟାରମ୍ଯାନ ବହୁ ସଭାପତି ଏବଂ ସମ୍ପାଦକ ପଦ ପଦବୀରେ ଥିବା ନେତା ମାନେ କଂଗ୍ରେସ ଦଳ ଛାଡ଼ି ଆଜି ପ୍ରଦୀପ ଙ୍କୁ ସମର୍ଥନ ଜଣେଇ ଏକତ୍ରିତ ହୋଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିରେ ଯୋଗ ଦେବେ ବୋଲି ସ୍ପଷ୍ଟ କଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.