୯ ଘଣ୍ଟା ଇଡି ଅଫିସରୁ ଜେରା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା, କହିଲେ ମୁଁ ଓଡ଼ିଆ  ପୁଅ ନ୍ୟାୟ ପାଇଁ ଲଢ଼ିବି

କେନ୍ୟୁଜ୍(ବ୍ୟୁରୋ):  ୯ ଘଣ୍ଟା ଇଡି ଅଫିସରୁ ଜେରା  ପରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । କହିଲେ  ମୁଁ ନ୍ୟାୟ ପାଇବାରେ ଆଶା ଅଛି । ନ୍ୟାୟପାଳ ଉପରେ ବିଶ୍ୱାସ ଅଛି । ମୁଁ ଜଣେ ଆଇନ ପିଜି ଛାତ୍ର , ଜେଲ ଯାଇଛି , ଅଭିଯୁକ୍ତ ହୋଇ ବି ଜେଲ ଗଲି।ତେଣୁ ପୁରା ନ୍ୟାୟ ବ୍ୟବସ୍ଥା ସମ୍ପର୍କ ଉପରେ ଜାଣିଲି । ମୁଁ ଓଡ଼ିଆ  ପୁଅ ନ୍ୟାୟ ପାଇଁ ଲଢ଼ିବି ।

pradip panigrahi 2

ଆଇନ ଉପରେ ମୋର ବିଶ୍ୱାସ ଅଛି । ଆଗାମୀ ବିଧାନସଭା ଅଧିବେଶନରେ ମୋର ଅଞ୍ଚଳର ସମସ୍ୟା ଉପରେ ବିଧାନସଭାରେ ପ୍ରସଙ୍ଗ ଉଠାଇବି । ଏବେ ବି ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ଅଛି ।  ୨ ହଜାର ମସିହାରୁ ୨୦ ବର୍ଷ ଧରି ମୋ ଉପରେ ଆସ୍ଥା ଭାଜନ କରିଛନ୍ତି ।

 

Leave A Reply

Your email address will not be published.