ରାଜ୍ୟ

ପୂର୍ବତନ ନକ୍ସଲ କ୍ୟାଡରଙ୍କ ବିରୁଦ୍ଧରେ ଲାଲ କରିଡ଼ରରେ ମାଓବାଦୀଙ୍କ ପ୍ରଜାକୋର୍ଟ, ଭୁଲ ଠିକର ଚାଲିଛି ହିସାବ ନିକାସ

ମାଲକାନଗିରି(କେନ୍ୟୁଜ୍): ହାତରେ ବନ୍ଧୁକ ଆଉ ଲାଲ ବାହିନୀ ଜିନ୍ଦାବାଦ ନାରା ତା ସହ ମାଓ ସଙ୍ଗୀତ। ଜଙ୍ଗଲ ମଧ୍ୟରେ କିଛି ଏମିତି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି।  ଲାଲ କରିଡ଼ରରେ ମାଓବାଦୀଙ୍କ ପ୍ରଜାକୋର୍ଟ । ଏହି ପ୍ରଜାକୋର୍ଟ ରେ ପୋଲିସ ସୂଚନା ଦାତା ବା ପୂର୍ବତନ ନକ୍ସଲ କ୍ୟାଡରଙ୍କ ବିରୁଦ୍ଧରେ ଏହି ପ୍ରଜାକୋର୍ଟ ଆୟୋଜନ କରାଯାଇଛି। ତାହା ପୁଣି ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଁ ଲୋକଙ୍କ ସମ୍ମୁଖରେ । ଅଭିଯୁକ୍ତକୁ ନିଜର ଭୁଲ ଠିକର ହିସାବ ନିକାସ କରି ନିଜର ଭୁଲ ସ୍ୱୀକାର କରୁଛି। ଏହାପରର ତାକୁ ମୁକ୍ତ କରୁଛନ୍ତି ମାଓବାଦୀ।

ଘଞ୍ଚ ଜଙ୍ଗଲ ମଧ୍ୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସାଜିତ ଲାଲ ବାହିନୀର ଗରିଲା କମ୍ରେଡ଼ ମାନେ ଏକ ବୈଠକ କରୁଛନ୍ତି। ବୈଠକରେ ଉପସ୍ଥିତ ରହିଛନ୍ତି ଗରିଲା ବାହିନୀର ଟପ କ୍ୟାଡର ମାଓ ନେତା। ମାଓ ନେତ୍ରୀ ଅରୁଣାଙ୍କ ନେତୃତ୍ୱରେ ଚାଲିଛି ଏହି ପ୍ରଜାକୋର୍ଟ । ଟପ କ୍ୟାଡ଼ର ମାଓ ନେତା ସହ ଗ୍ରାମବାସୀ। ହଁ ଆଜ୍ଞା ଏହି ବୈଠକ କୌଣସି ସାଧାରଣ ବୈଠକ ନୁହଁ। ଏ ହେଉଛି ଲାଲବହିନୀର ପ୍ରଜାକୋର୍ଟ। ଏହି ପ୍ରଜା କୋର୍ଟ କୌଣସି ପୋଲିସର ସୂଚନା ଦାତା କି ସୁରକ୍ଷା ବାହିନୀର କର୍ମକର୍ତାଙ୍କ ବିରୋଧରେ ଏହି ପ୍ରଜକୋର୍ଟ ଆୟୋଜନ ହେଉନାହିଁ। ଏଠି ଅଭିଯୁକ୍ତ ଅଛନ୍ତି ସାଥି କମ୍ରେଡ଼। ଯିଏ ଗତ ବର୍ଷ ମାଓବାଦୀ ପାର୍ଟି ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ। ଆଉ ସାଥିରେ ଜଣେ ମହିଳା କ୍ୟାଡ଼ରଙ୍କୁ ସାଙ୍ଗରେ ନେଇ ଯାଇ ବିଭାହ କରିଥିଲେ। ଏହା କୌଣସି ଚଳଚିତ୍ରର ଦୃଶ୍ୟ ନୁହେଁ । ଏହି ଦୃଶ୍ୟଟି ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ କିସ୍ତାରାମ ଜଙ୍ଗଲର ଦୃଶ୍ୟ।

ସୀମାନ୍ତ ଚାର୍ଲା ସବେରୀ ଏରିଆ କମିଟି ମାଓ ସଙ୍ଗଠନ ରେ ଥିବା ପୂର୍ବତନ ମାଓବାଦୀ ଜଗ ରାମ ଗତ କିଛି ଦିନ ହେବ ମାଓବାଦୀ ସଂଗଠନରୁ ମୁହଁ ଫେରାଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଉ କିଛି ଟଙ୍କା ଲୋଭରେ ପାର୍ଟି ଛାଡି ସାଥି କ୍ୟାଡ଼ର ଗାଙ୍ଗୀଙ୍କୁ ବିଭାହ କରିଥିଲେ ବୋଲି ମାଓ ସଙ୍ଗଠନ ଅଭିଯୋଗ ଆଣିଛି।ମାଓ ଗରିଲା ବାହିନୀର ସ୍କାନରରେ ରହିଆସୁଥିଲେ ଜାଗା ରାମ। ଶେଷରେ ଅପହରଣ ହୋଇ ଏବେ ପ୍ରଜକୋର୍ଟର ସାମ୍ନା କରୁଛନ୍ତି। ପ୍ରଜାକୋର୍ଟ ରେ ନିଜର ଭୁଲ ସ୍ୱୀକାର କରିଛି ଜଗା । ସୁରକ୍ଷା ବାହିନୀ କିଭଳି ମାଓବାଦୀଙ୍କ ମୂଳପଛ କରିବା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ଅପରେସନ ‘ସମାଧାନ’ ଆରମ୍ଭ କରିଛନ୍ତି। ଏହି ମାଧ୍ୟମରେ ପ୍ରଲୋଭନ ଦେଖାଇ ଜଳ ଜଙ୍ଗଲ ଜମି ଏବଂ ଅଧିକାରର ଲଢେଇ ଲଢ଼ୁଥିବା କ୍ୟାଡ଼ର ମାନଙ୍କୁ ନିଜ ନିଜ ଭିତରେ ଫାଟ ସୃଷ୍ଟି କରି ଆସୁଛନ୍ତି ।ଯାହାର ପରିଣାମ କି ଏହି ଘଟଣା।

ତେବେ ଦୋଷ ସ୍ୱୀକାର କରିବା ପରେ କ୍ୟାଡ଼ର ମାନେ ପାର୍ଟିରୁ ମୁହଁ ଫେରାଇଥିବା ଅଭିଯୁକ୍ତ କ୍ୟାଡ଼ର ବିରୁଦ୍ଧରେ ଗୀତ ବାଦ୍ୟ ମାଧ୍ୟମରେ ସ୍ଥାନୀୟ ଗାଁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି। ଏବଂ ମାଓବାଦ ବିରିଧରେ ମୁଣ୍ଡ ଟେକୁଥିବା ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି। ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା ପରେ ଗ୍ରାମବାସୀ ଙ୍କୁ ହସ୍ତାନ୍ତର କରିଥିବା ମାଓ କ୍ୟାଡ଼ର ଚେର୍ଲା ସବେରୀ ଏରିଆ କମିଟି ମାଓବାଦୀ ପାର୍ଟି ସମ୍ପାଦିକା ଆରୁନା ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

12 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

14 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

21 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

29 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

30 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

47 mins ago