ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ପଣସପୁଟରେ ପୁଣି ପ୍ରଜାମେଳି, ଏକାଠି ହେଲେ ୩ ହଜାରରୁ ଅଧିକ ଲୋକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ପଣସପୁଟରେ ପୁଣି ପ୍ରଜାମେଳି । ଏକାଠି ହେଲେ ୩ ହଜାରରୁ ଅଧିକ ଲୋକ । ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ହେବ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଇ ଜୀବନ ଯାପନ କରୁଛନ୍ତି । ଟିକସ ନାଁରେ ସରକାର ଏବଂ ସ୍ଥାନୀୟ ପ୍ରଶାସନ ବିନାଶ କରୁଛନ୍ତି । ପୋଲିସ ମାଓବାଦୀ ଦମନ ନାଁରେ ନିରୀହ ଲୋକଙ୍କୁ ହତ୍ୟା କରି ଚାଲିଛି । ଅଲମ୍ପକା ଗାଁର ବେଣୁ ହନ୍ତାଳ, ନରିଂଝୋଲାର ବୁଦ୍ରା ମୁଦୁଲି, ରଙ୍ଗଣିଗୁଡାର ରାଜୁ ହନ୍ତାଳକୁ ପୋଲିସ ରାତି ଅଧିଆ ଉଠାଇ ନେଇ ହତ୍ୟା କରିଛି । ଏହା କୌଣସି ପୋଲିସର ସାଧାରଣ ଜନତାକୁ ସୁରକ୍ଷା କି ବୋଲି ପ୍ରଶ୍ନ କରିଛନ୍ତି ? ଅନେକ ସମୟରେ ଗ୍ରାମବାସୀଙ୍କୁ ଟେକିନେଇ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ।

ପୋଲିସ ପ୍ରଶାସନ ଏବେ ଗାଁର ଲୋକଙ୍କୁ ନିଜ ନିଜ ଭିତରେ ଲଢ଼େଇ କରିବାକୁ ନୂତନ ରଣନୀତି ଅପଣେଇଛି । ବସବାସ କରୁଥିବା ରଣା, ପରଜା ଏବଂ କାନ୍ଧ ମାନଙ୍କ ମଧ୍ୟରେ ଜାତି ଭିତ୍ତିରେ ଭେଦଭାବ କରି ଭାଗଭାଗ କରିବାକୁ ଆରମ୍ଭ କରିଛି । କନ୍ଧମାନେ ମାଓବାଦୀଙ୍କୁ ସହାୟତା କରୁଛନ୍ତି ବୋଲି କହି ଭାଗ କରିବାକୁ ଆରମ୍ଭ କରିଛି । ହେଲେ ଏହି ଅଞ୍ଚଳରେ ରହିଥିବା ସମସ୍ତ ଅଧିବାସୀଙ୍କ ମଧ୍ୟରେ ରହି ଥିବା ଭାଇଚାରା କେବେବି ଭଙ୍ଗ ହେବ ନାହିଁ । ପୋଲିସର ଏହି ପ୍ରୟାସ କେବେବି ଅଞ୍ଚଳବାସୀ ହେବାକୁ ଦେବେନି । ବିଛିନ୍ନଞ୍ଚଳ ଆଦିବାସୀ ବିକାଶ ମଞ୍ଚ ଏହି ପ୍ରଜାମେଳି ମାଧ୍ୟମରେ ସରକାରଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କୁ ତାଙ୍କର ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛି ।