ରାତିରେ ସୁଟିଂ ସେଟ୍‌ ସରିବା ପରେ ଝିଅମାନଙ୍କୁ ଡାକନ୍ତି ଟୁଟୁ ନାୟକ, କଥା ନରଖିଲେ ଫିଲ୍ମରୁ କାଢ଼ି ଦିଅନ୍ତି: ପ୍ରକୃତି ମିଶ୍ର

ଏକ୍ସକ୍ଲୁସିଭ୍‌ ସାକ୍ଷାତକାରରେ ପ୍ରକୃତି କହିଛନ୍ତି, ରାତିରେ ସୁଟିଂ ସେଟ୍‌ ସରିବା ପରେ ଝିଅମାନଙ୍କୁ ଡାକନ୍ତି ଟୁଟୁ ନାୟକ । କଥା ନରଖିଲେ ଫିଲ୍ମରୁ କାଢ଼ି ଦିଅନ୍ତି । ହିରୋଇନଙ୍କ ବିଷୟରେ ଖରାପ କଥା କୁହନ୍ତି । ନୂଆ ହିରୋଇନଙ୍କୁ ଶୋଷଣ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରକୃତି ।

କେନ୍ୟୁଜ୍(ବ୍ୟୁରୋ): ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିସ୍ଫୋରକ ବୟାନ । ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ନାଁରେ ଆଣିଛନ୍ତି କାଷ୍ଟିଂ କାଉଚ୍‌ର ସାଂଘାତିକ ଅଭିଯୋଗ । ଏକ୍ସକ୍ଲୁସିଭ୍‌ ସାକ୍ଷାତକାରରେ ପ୍ରକୃତି କହିଛନ୍ତି, ରାତିରେ ସୁଟିଂ ସେଟ୍‌ ସରିବା ପରେ ଝିଅମାନଙ୍କୁ ଡାକନ୍ତି ଟୁଟୁ ନାୟକ । କଥା ନରଖିଲେ ଫିଲ୍ମରୁ କାଢ଼ି ଦିଅନ୍ତି । ହିରୋଇନଙ୍କ ବିଷୟରେ ଖରାପ କଥା କୁହନ୍ତି । ନୂଆ ହିରୋଇନଙ୍କୁ ଶୋଷଣ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରକୃତି ।

ପ୍ରକୃତି କହିଛନ୍ତି, ଟୁଟୁ ନାୟକଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ୍‌ କରିବା ଦରକାର । ଏଥିସହ ବାବୁସାନଙ୍କ ସହ ବିବାଦ ଉପରେ ବି କହିଛନ୍ତି । ପ୍ରକୃତି କହିଛନ୍ତି, ସେତେବେଳେ ଟୁଟୁ ନାୟକ ତାଙ୍କ ଉପରେ ମନ୍ତବ୍ୟ ଦେବା ସହ ଅନ୍ୟ ହିରୋଇନଙ୍କ ବିଷୟରେ କହିଥିଲେ । କିନ୍ତୁ ସେତେବେଳେ କେହି ଡରି ମୁହଁ ଖୋଲିଲେ ନାହିଁ । ସେ କିନ୍ତୁ କାହାକୁ ଭୟ କରୁ ନାହାନ୍ତି । ଟୁଟୁ ନାୟକଙ୍କୁ ସୋ କଲ୍‌ଡ ବା ତଥାକଥିତ ପ୍ରଯୋଜକ କହିଛନ୍ତି ପ୍ରକୃତି । ପ୍ରତିକ୍ରିୟାରେ ଟୁଟୁ ନାୟକ କହିଛନ୍ତି ଓଡ଼ିଶାବାସୀ ଜାଣିଛନ୍ତି ସେ କଣ । ତାଙ୍କ ଅଭିଯୋଗର କୌଣସି ମାନେ ନାହିଁ । ଆବଶ୍ୟକ ହେଲେ ଆଇନର ଆଶ୍ରୟ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.