ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଏତଲା

ନିକଟରେ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ନେଇ ସାଂଘାତିକ ଅଭିଯୋଗ କରିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତିଙ୍କୁ କଡ଼ା ଜବାବ ଦେଇଥିଲେ ସଞ୍ଜୟ ନାୟକ । ଆରୋପ ପ୍ରତ୍ୟାରୋପ ଭିତରେ ଥାନାରେ ପହଞ୍ଚିଛି ବିବାଦ ।

କେନ୍ୟୁଜ୍(ବ୍ୟୁରୋ): ବଢିଲା ପ୍ରକୃତି ଓ ସଞ୍ଜୟ ବିବାଦ । ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଏତଲା ଦେଇଛନ୍ତି । ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି । ପ୍ରକୃତିଙ୍କ ଅଭିଯୋଗ ଆଧାରରେ ମାମଲା କରିଛି ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନା । ଆଇପିସିର ଧାରା ୫୦୦ରେ ସମ୍ମାନହାନୀ, ୫୦୪ ଜାଣିଶୁଣି ସମ୍ମାନହାନୀ ପାଇଁ ଉସୁକାଇକା ଓ ୫୦୬ ଧାରାରେ ରୁଜୁ ହୋଇଛି ମାମଲା ।

ନିକଟରେ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ନେଇ ସାଂଘାତିକ ଅଭିଯୋଗ କରିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତିଙ୍କୁ କଡ଼ା ଜବାବ ଦେଇଥିଲେ ସଞ୍ଜୟ ନାୟକ । ଆରୋପ ପ୍ରତ୍ୟାରୋପ ଭିତରେ ଥାନାରେ ପହଞ୍ଚିଛି ବିବାଦ । ଆଗକୁ ସଞ୍ଜୟ ଓ ପ୍ରକୃତି ବିବାଦ କି ମୋଡ଼ ନେଉଛି ତାଉପରେ ନଜର । ମାମଲା ରୁଜୁ ପରେ ସଞ୍ଜୟ ନାୟକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.