ସାମ୍ନାକୁ ଆସିଲେ ପ୍ରକୃତି ମିଶ୍ର: ଇନଷ୍ଟାଗ୍ରାମରେ ଭିଡିଓ ସେୟାର୍‌ କରି କହିଲେ ବାବୁସାନଙ୍କ ଘର ତାଙ୍କ ଘର ପୂର୍ବରୁ ଭାଙ୍ଗି ସାରିଛି

କେନ୍ୟୁଜ୍(ବ୍ୟୁରୋ): ଷ୍ଟାର ବିବାଦରେ ନୂଆ ଟ୍ଵିଷ୍ଟ । ଓଲିଉଡ ହିରୋ ବାବୁସାନଙ୍କ ଘରୋଇ କଳି ପରେ ଆଜି ସାମନାକୁ ଆସିଲେ ପ୍ରକୃତି ମିଶ୍ର । ଇନଷ୍ଟାଗ୍ରାମରେ ଭିଡିଓ ସେୟାର୍‌ କରିଛନ୍ତି ପ୍ରକୃତି । କହିଛନ୍ତି, କେହି କାହାର ଘର ଭାଙ୍ଗନ୍ତିିନି, ତାଙ୍କ ଘର ପୂର୍ବରୁ ଭାଙ୍ଗି ସାରିଛି । ‘ଯେଉଁ ଫିଲ୍ମ ପ୍ରମୋସନ ପାଇଁ ଆସିଥିଲୁ ତାହାର ମୁଁ କୋ-ପ୍ରଡ୍ୟୁସର ଥିଲି । ଏବେ ‘ମୋ ବାପା-ମାଆ ଆଇନର ଆଶ୍ରୟ ନେଇଛନ୍ତି । ‘ଆଇନ ଅନୁଯାୟୀ ଯାହା ହେବା କଥା ହେବ ବୋଲି କହିଛନ୍ତି ପ୍ରକୃତି ମିଶ୍ର

 

View this post on Instagram

 

A post shared by prakrutimishra (@prakrutimishra)

ଏହା ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଅପରାଜିତା ମହାନ୍ତି । ସ୍ତ୍ରୀ ଓ ପୁଅ ପାଖକୁ ଫେରିଆସିବାକୁ ବାବୁସାନଙ୍କୁ ଅପିଲ୍‌ କରିଛନ୍ତି ଅପରାଜିତା । ସେପଟେ ଗତକାଲିର ହାଇଡ୍ରାମା ପରେ ମୁହଁ ଖୋଲିଛନ୍ତି ବାବୁସାନ । ଭିଡିଓ ବାର୍ତ୍ତାରେ ବାବୁସାନ କହିଛନ୍ତି, ଆଉ ପ୍ରକୃତି କି ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ । ଅନ୍ୟପଟେ ଦୁଇଟି ଏତଲା ଆଧାରରେ ଖୋଳତାଡ କରୁଛି ଖାରବେଳନଗର ଥାନା ପୋଲିସ । ଏପର୍ଯ୍ୟନ୍ତ ୭ ଜଣଙ୍କ ବୟାନ ରେକର୍ଡ ହୋଇଛି । ତୃପ୍ତିଙ୍କ ଘରକୁ ଯିବ ମହିଳା ପୋଲିସ ଟିମ୍‌ । ଫୋନରେ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କୁ ଯୋଗାଯୋଗ କରିଛି ପୋଲିସ । ସେମାନେ ରାଜ୍ୟ ବାହାରୁ ଫେରିଲେ ସେମାନଙ୍କ ବୟାନ ରେକର୍ଡ କରାଯିବ ।

Leave A Reply

Your email address will not be published.