ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଭାବେ ଆଜିଠୁ ଇନିଂସ ଆରମ୍ଭ କଲେ ପ୍ରମିଳା ମଲ୍ଲିକ

କେନ୍ୟୁଜ୍(ବ୍ୟୁରୋ):ମହିଳାଙ୍କୁ ଗୁରୁଦାୟିତ୍ୱ। ରାଜ୍ୟରେ ପ୍ରଥମ ଥର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଜଣେ ମହିଳା। ଆଜି କାର୍ଯ୍ୟ ଆରମ୍ଭ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଭାଗୀୟ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛିି ଓଡ଼ିଶା। ପୂର୍ବରୁ ଜାତିସଂଘରୁ ପ୍ରଶଂସା ମିଳିଛି। ପ୍ରାୟତଃ ବାତ୍ୟା ଓ ବନ୍ୟାକୁ ସବୁବେଳେ ସାମ୍ନା କରିଆସୁଛି ଓଡ଼ିଶା। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସାରା ଦେଶରେ ଏକ ମଡେଲ ହୋଇପାରିଛି। ପ୍ରାକୃତିକ ବିପର୍ଯ୍ୟୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଜିରୋ କାଜୁଆଲିଟିି। ଏହାକୁ ବଜାୟ ରଖିବା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ।

pramila mallick

ସେହିପରି ପ୍ରଥମକରି ଜଣେ ମହିଳାଙ୍କୁ ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଟୁକୁନି ସାହୁ ପୂର୍ବରୁ ମହିଳା ଓ ଶିଶୁବିକାଶ ବିଭାଗ ଦାୟିତ୍ୱ ସମ୍ଭାଳୁଥିଲେ। ଏବେ ଜଳସମ୍ପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇଛନ୍ତି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗର ସଚିବ ଭାବେ ଅନୁ ଗର୍ଗ କାର୍ଯ୍ୟ କରୁଛନ୍ତି। ଅର୍ଥାତ ଦୁଇ ମହିଳାଙ୍କ ହାତରେ ଏବେ ରାଜ୍ୟର ଜଳସମ୍ପଦ ବିଭାଗ।

ଅନ୍ୟପକ୍ଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ। ବିଭାଗର ପ୍ରମୁଖ ସଚିବଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟ କିଭଳି ଆଗକୁ ଯାଇପାରିବ ତାହା ନୂଆମନ୍ତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ଵାନ ହେବ।