ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିଜେଡି- ବିଜେପି ମୁହାଁମୁହିଁ, ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ
ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିଜେଡି- ବିଜେପି ମୁହାଁମୁହିଁ । ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ଗଣ୍ଡଗୋଳ ଘଟଣାରେ କେବଳ ବିଜେଡି କର୍ମୀଙ୍କୁ ଗିରଫ କରାଯାଇଛି ।
ସରକାରୀ ଦଳର ନେତା ଓ କର୍ମୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ କାଲି ଡିଜିପିଙ୍କୁ ଭେଟିବ ବିଜେଡି। ସେପଟେ ବିଜେପି କହିଛି, ଗଣ୍ଡଗୋଳ ପ୍ରାୟୋଜିତ ହୋଇଥିବା ଭଳି ଲାଗୁଛି । ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବ। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ପୋଲିସକୁ ବ୍ୟବହାର କରି ହିଂସାକୁ ଉତ୍ସାହିତ କରୁଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା ପ୍ରମିଳା ମଲିକ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି । ବଢିଛି ନାରୀ ନିର୍ଯାତନା। ବାଲେଶ୍ବର, ଭଦ୍ରକରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଲା ।
ଏଭଳି ସ୍ଥିତିରେ ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି ବୋଲି କହିଛନ୍ତି ପ୍ରମିଳା । ଏହା ସହ ଯାଜପୁର ଘଟଣା, କୁଚିଣ୍ଡା ଗଣଦୁଷ୍କର୍ମ, ବଙ୍ଗୋମୁଣ୍ଡା, କଟକ, ନୀଳଗିରି ଦୁର୍ଷ୍କମ ଘଟଣାର ଉଦାହରଣ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଧର୍ମଶାଳା ବିଧାୟକ ଶହେରୁ ଅଧିକ ଲୋକଙ୍କୁ ନେଇ କାହିଁକି ଯାଜପୁର ଯାଇଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି । ଗଣ୍ଡଗୋଳ ଘଟଣାରେ କେବଳ ବିଜେଡି କର୍ମୀଙ୍କୁ ଗିରଫ କରାଯାଇଛି। ସରକାରୀ ଦଳର ନେତା ଓ କର୍ମୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି ।