ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଫ୍ଯାନ୍ ଖଗେଶ୍ବରଙ୍କୁ ନିଜ ଜନ୍ମଦିନରେ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର(କେନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ଯାନକୁ ମୋଟର ସାଇକେଲ ଉପହାର । ଉପହାର ଦେଇଛନ୍ତି ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ନବୀନ ପଟ୍ଟନାୟକଙ୍କୁ ନିସ୍ବାର୍ଥପର ଭାବେ ପ୍ରାଣଭରି ଭଲ ପାଉଥିବାରୁ ଉପହାର ଦେଇଛନ୍ତି ପ୍ରଣବ ପ୍ରକାଶ ଦାଶ । ପ୍ରଣବ ନିଜକୁ ନବୀନ ପଟ୍ଟନାୟକଙ୍କ ସଚ୍ଚା କର୍ମୀ ବୋଲି ଦର୍ଶାଇବା ସହ ଅନ୍ୟ ଜଣେ ସଚ୍ଚା କର୍ମୀକୁ ଉପହାର ଦେଇ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ବାର୍ତା ଦେଇଛନ୍ତି ।

ଜଣେ ସାଧାରଣ କର୍ମୀ ହେଲେ ବି ଦଳକୁ ଓ ନେତାଙ୍କୁ ଭଲ ପାଉଥିଲେ ଦଳ ନିଶ୍ଚିତ ତାଙ୍କୁ ମନେ ରଖିବ ଓ ସମ୍ମାନ ଦେବ ଏହି ବାର୍ତା ଦେଇଛନ୍ତି ପ୍ରଣବ ଦାଶ। ନବୀନ ପଟ୍ଟନାୟକ ଓ ଦଳର ସଚ୍ଚା କର୍ମୀଙ୍କୁ କୌଣସି ନା କୌଣସି ପ୍ରକାରେ ସହଯୋଗ ମିଳିବ ବୋଲି ବାର୍ତା ଦେଇଛନ୍ତି ।
ଏହା ସହ କହିଛନ୍ତି ଯିଏ ନବୀନଙ୍କ ପ୍ରକୃତ ଫ୍ଯାନ୍ ମୁଁ ତାଙ୍କର ଫ୍ଯାନ୍।

ନିଜ ଜନ୍ମ ଦିନରେ ଏଭଳି ନିଆରା ଢଙ୍ଗରେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ଖଗେଶ୍ବରଙ୍କୁ ମଟରସାଇକେଲ ଉପହାର ଦେଇଛନ୍ତି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। କୋରାପୁଟ ଗସ୍ତରେ ଅଛନ୍ତି ପ୍ରଣବ। ଆଜି ତାଙ୍କର ଜନ୍ମଦିନ। କର୍ମୀ ଓ ନେତାଙ୍କ ଗହଣରେ ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ କରିଛନ୍ତି।

ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଭୁବନେଶ୍ୱରରୁ ଡାକି ମଟରସାଇକେଲ ଉପହାର ଦେଇ ଚକିତ କରିଛନ୍ତି ଖଗେଶ୍ବରଙ୍କୁ। ସାରା ରାଜ୍ୟରେ ନବୀନଙ୍କ ୧ନଂ ଫ୍ଯାନ୍ ଭାବେ ପରିଚିତ ଖଗେଶ୍ବର। ଉପହାରରେ ମଟରସାଇକେଲ ପାଇ ଖୁସି ପ୍ରକାଶ କରିବା ସହ ପ୍ରଣବଙ୍କୁ ଜନ୍ମଦିନର ଶୁଭେଛା ମଧ୍ୟ ଜଣାଇନ୍ତି। ଏହାପରେ ମଟରସାଇକେଲ ଚଲାଇ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ଖଗେଶ୍ବର।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago