ନବ ଦାସଙ୍କ ପରିବାରଙ୍କୁ ଭେଟିଲେ ପ୍ରଣବ ପ୍ରକାଶ, ଜଣାଇଲେ ସମବେଦନା
ଝାରସୁଗୁଡା(କେନ୍ୟୁଜ୍) : ଆଜି ସକାଳେ ସ୍ୱର୍ଗତ ନବ କିଶୋର ଦାସଙ୍କ ପରିବାରକୁ ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭେଟି ସମବେଦନା ଜଣାଇଛନ୍ତି । ନବଙ୍କ ପୁଅ ବିଶାଲ ଓ ଝିଅ ଦୀପାଲିଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ବିପଦ ସମୟରେ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ନବ ଦାସଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ପୁଅ ଓ ଝିଅ । ଏଭଳି ସମୟରେ ଧୈର୍ଯ୍ୟ ରଖିବାକୁ କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ।