କେବେବି ଜନବିରୋଧୀ କାର୍ଯ୍ୟକୁ ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପ୍ରଣବ ପ୍ରକାଶ ଦାସ
ପୂର୍ବରୁ ମଧ୍ୟ ସେ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣି ଥରେ ପ୍ରମାଣିତ କରିଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ।
କେନ୍ୟୁଜ୍(ବ୍ୟୁରୋ):ବିଜେଡିରୁ ଦୁଇ ବିଧାୟକଙ୍କ ବହିଷ୍କାର ନେଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା। କେବେବି ଜନବିରୋଧୀ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ମଧ୍ୟ ସେ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣି ଥରେ ପ୍ରମାଣିତ କରିଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ। ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠୁ ଆଗରେ ବୋଲି ଟ୍ବିଟ ଜରିଆରେ ଉଲ୍ଲେଖ କରିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କେବେବି ଜନବିରୋଧୀ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହାନ୍ତି। ପୂର୍ବରୁ ମଧ୍ୟ ସେ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି। ଓଡ଼ିଶାବାସୀଙ୍କ ସ୍ଵାର୍ଥ ସବୁଠୁ ଆଗରେ। ଜୟ ଜଗନ୍ନାଥ🙏
— Pranab Prakash Das (@pranabpdas) September 21, 2023
ଜନ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଏହି ପଦକ୍ଷେପ ପରେ, ରାଜନୀତିରେ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଷଷ୍ଠ ଇନିଂସର ପରିସମାପ୍ତି ହୋଇଛି। ବ୍ୟାଙ୍କ ଲୋନ୍ ସ୍କାମରେ ଛନ୍ଦି ହେବା ପରେ, ସୌମ୍ୟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠା ଗ୍ରହଣ କରାଯାଇଥିବା ବିଜେଡି କହିଛି।