ରାଜ୍ୟ

ଧର୍ମେନ୍ଦ୍ରଙ୍କ ପ୍ରଶ୍ନରେ ବବିଙ୍କ ସିରିଜ୍ ଟ୍ବିଟ୍, କହିଲେ ବିରୋଧୀ ପ୍ରମାଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ଦୋଷୀକୁ ବାନ୍ଧିବେ

କେନ୍ୟୁଜ୍(ବ୍ୟୁରୋ):ମମିତା ହତ୍ୟା ମାମଲାରେ ଥମୁନି ରାଜନୈତିକ ବୟାନବାଜି । ବହୁ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି ସରକାରଙ୍କୁ ଘେରୁଥିବା ବେଳେ ସେ ଚୁପ୍‌ ଥିଲେ । ପୂର୍ବରୁ କେବଳ ଗୋଟିଏ ଟୁଇଟ କରିଥିଲେ ଧର୍ମେନ୍ଦ୍ର । ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ମମିତା ମେହେରଙ୍କ ପରିବାରକୁ ଆଣି ହାଇକୋର୍ଟରେ ପ୍ରାୟୋଜିତ ମାମଲା କରାଯାଇଛି । ଚାର୍ଜସିଟ୍‌ ଦାଖଲର ସମୟ ସରିନି । ଏବେ ମାମଲାର ତ୍ୱରିତ ବିଚାର ପାଇଁ ହାଇକୋର୍ଟକୁ ଯିବା ପଛରେ ରାଜ୍ୟ ସରକାରଙ୍କୁ କେଉଁ ଡର ଘାରୁଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କ ପ୍ରଶ୍ନରେ ଉତ୍ତର ରଖି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି,ଯଦି ଦମ୍‌ ଅଛି ଠୋସ୍‌ ପ୍ରମାଣ ଦିଅନ୍ତୁ। ପୋଲିସ କିମ୍ବା ହାଇକୋର୍ଟଙ୍କ ନିକଟରେ ପ୍ରମାଣ ଦିଅନ୍ତୁ। ତେବେ ଇସ୍ତଫା ଛାଡନ୍ତୁ, ମୁଖ୍ୟମନ୍ତ୍ରୀ ବାନ୍ଧି ଜେଲରେ ଭର୍ତ୍ତି କରିବେ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ ୭ ଜଣ ନିରିହ ଚାଷୀଙ୍କୁ ମାରି ଜେଲରେ ଅଛନ୍ତି। କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢାଇଲେ ଭଲ ହୁଅନ୍ତା ବୋଲି କହିଛନ୍ତି ପ୍ରଣବ ପ୍ରକାଶ।.

ସେପଟେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, ମମିତା ପାଇଁ ନ୍ୟାୟ ଚାହୁଁଛୁ । ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପାଇଁ ଦାବି କରିଛନ୍ତି ।

ମମିତା ହତ୍ୟା ଘଟଣାର ତଦନ୍ତ ତୁରନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ବାପା ଓ ଭାଇ । ଆବେଦନରେ ଦର୍ଶାଇଛନ୍ତି, ଝିଅର ହତ୍ୟା ପରେ ତାଙ୍କ ପରିବାର ଅତ୍ୟନ୍ତ ସମ୍ବେଦନଶୀଳ ପରିସ୍ଥିତି ଦେଇ ଗତି କରୁଛନ୍ତି । ଏଭଳି ସମୟରେ ପରିବାରର ଗୋପନୀୟତାର ହସ୍ତକ୍ଷେପ କରୁଛନ୍ତି କିଛି ରାଜନୈତିକ ଦଳ ଓ ଗଣମାଧ୍ୟମ । ବିଭିନ୍ନ ଫୋରମରେ ପ୍ରତିଦିନ ଭିନ୍ନ ଆଲୋଚନା ଓ ତର୍ଜମା ହେଉଛି । ମିଡିଆ ଟ୍ରାଏଲ୍‌ ଭିତରେ ମମିତାଙ୍କ ଚରିତ୍ର ସଂହାର ବି କରାଯାଉଛି । ଯାହା ଦ୍ୱାରା ପରିବାରର ରାଇଟ୍‌ ଟୁ ପ୍ରାଇଭେସୀ, ମୌଳିକ ଅଧିକାର ହାନି ହେଉଛି । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ଅପିଲ୍‌ କରିଛନ୍ତି ମମିତାଙ୍କ ବାପା ଓ ଭାଇ ।ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଡିସେମ୍ବର ୩ ସୁଦ୍ଧା ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଏହି ମମିତା କେସ୍‌ କି ମୋଡ ନେବ ତାକୁ ଅପେକ୍ଷା ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago