ଭୁବନେଶ୍ବର(କେନ୍ଯୁଜ୍) : ସ୍ୱାଧିନତା ସଂଗ୍ରାମୀ, ଜନନେତା ତଥା ଶିକ୍ଷାବିତ୍ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ୪୮ତମ ପୁଣ୍ୟତିଥି ଅବସରରେ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଓ ପ୍ରାଣନାଥ ସମ୍ମାନ-୨୦୧୮ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧକ୍ଷ୍ୟ ଦୀପକ ମାଲବ୍ୟ ଓ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୫ଜଣ ପ୍ରତିଭାଙ୍କୁ ପ୍ରାଣନାଥ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାଯ୍ୟର୍କ୍ରମର ମୁଖ୍ୟ ଆକର୍ଷଣ ଥିଲେ ଶିଶୁ କଳାକାର ଭାଓଲିନ ବାଦକ ରାକେଶ ବିଶ୍ୱାଳ । ରାକେଶ ବିଶ୍ୱାଳଙ୍କ ଭାଓଲିନ ପରିବେଷଣ ସମସ୍ତଙ୍କୁ ମୁଗ୍ଧ କରିଥିଲା । ରାଜ୍ୟପାଳ ଶିଶୁ ଭାଓଲିନ ବାଦକ ରାକେଶ ବିଶ୍ୱାଳଙ୍କୁ ସମ୍ମାନିତ କରିଥିଲେ ।