କଂଗ୍ରେସକୁ ଆଉ ଏକ ଝଟ୍‌କା , ହାତ ଛାଡିଲେ ବରିଷ୍ଠ ନେତା ପ୍ରଣୟ ସାହୁ

ବିଜେପୁର(କେନ୍ୟୁଜ୍) : କଂଗ୍ରେସକୁ ଆଉ ଏକ ଝଟ୍‌କା। ହାତ ଛାଡିଲେ ବରିଷ୍ଠ ନେତା ପ୍ରଣୟ ସାହୁ। ଗତ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିଲେ ପ୍ରଣୟ। ତେବେ ସେ କେଉଁ ଦଳରେ ଯୋଗଦେବେ ତାହା ଜଣାପଡିନି। ଇସ୍ତଫା ଦେବା ପରେ ପ୍ରଣୟ ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ରହିଛି। ଏହି ଦଳରେ ରହିଲେ ଲୋକଙ୍କ ବିକାଶ କରିହେବନି। ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।