ଜାମିନ ପାଇଁ ନାକେଦମ୍, ପୁଣି ହାଇକୋର୍ଟ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜାମିନ ଆବେଦନ କରିଛନ୍ତି ପ୍ରଶାନ୍ତ । ପୂର୍ବରୁ ନିମ୍ନ ଅଦାଲତରେ ପ୍ରଶାନ୍ତଙ୍କ ବେଲ ପିଟିସନ ଖାରଜ ପରେ ପ୍ରଶାନ୍ତ ଗିରଫ ହୋଇଥିଲେ ।
ଗତମାସ ୮ତାରିଖରେ ବାଲୁଗାଁରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ଲୁଚିବା ସହ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କୁ ନିମ୍ନ ଅଦାଲତରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ହାଜର ହୋଇ ଜାମିନ ଆବେଦନ ଖାରଜ ପରେ ସେ ଗିରଫ ହୋଇଥିଲେ । ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।.