ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଗତ କାଲି ରାତିରେ ଜଗଦ୍ଦେବଙ୍କୁ ଏସସିବିର ମେଡିସିନ୍ ୱାର୍ଡରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି । ଜଗଦ୍ଦେବଙ୍କର ରକ୍ତଚାପ ବଢ଼ିଯାଇଥିବା ବେଳେ ସୁଗାର ଲେବୁଲ ଅଧିକା ରହିଛି । ଛାତିରେ ଜୋରେ ଯନ୍ତ୍ରଣା ହେଉଥିବା ନେଇ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଗତ କାଲି ରାତିରେ ଜଗଦ୍ଦେବଙ୍କୁ ଏସସିବିର ମେଡିସିନ୍ ୱାର୍ଡରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।  ଜଗଦ୍ଦେବଙ୍କର ରକ୍ତଚାପ ବଢ଼ିଯାଇଥିବା ବେଳେ ସୁଗାର ଲେବୁଲ ଅଧିକା ରହିଛି ।  ଛାତିରେ ଜୋରେ ଯନ୍ତ୍ରଣା ହେଉଥିବା ନେଇ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଛାତି ଯନ୍ତ୍ରଣା ହେବାରୁ କାର୍ଡିଓ ବିଭାଗର ଡାକ୍ତର ଚିକିତ୍ସା ଯୋଗାଇଦେଉଛନ୍ତି ।

ସୂଚନା ଅନୁସାରେ ଗତକାଲି ରାତିରେ ଖୋର୍ଦ୍ଧା ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଥିଲେ । ଏଥିପାଇଁ ତାଙ୍କ ଓକିଲ ଅସୁସ୍ଥ ଥିବା ନେଇ କୋର୍ଟରେ ଅପିଲ କରିଥିଲେ। ଏହାସହ ଜଗଦ୍ଦେବଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଉ ବୋଲି ଆବେଦନ କରିଥିଲେ । କୋର୍ଟ ଅବେଦନକୁ ଗ୍ରହଣ କରି ମେଡିକାଲରେ ଚିକିତ୍ସା ପାଇଁ ଅନୁମତି ଦେଇଥିଲେ । ଆଜି ଭୋର ୪ଟା ସମୟରେ ଜଗଦ୍ଦେବଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।

You might also like