ଦୁଇ ଦିନିଆ ରିମାଣ୍ଡରେ ଗଲେ ପ୍ରତାପ ସାମଲ, ଖୋଲିବ କଳାଧନର ପେଡି

ଭୁବନେଶ୍ୱର (କେନ୍ୟୁଜ): ଖୋଲିବ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ନିଲମ୍ବିତ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କ କଳାଧନର ପେଡି । କେଉଁଠି ଖଟାଇଛନ୍ତି କଳାଧନ ? କେଉଁ ସୂତ୍ରରୁ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ ? ଅଧିକ ତଥ୍ୟ ଆଦାୟ କରିବାକୁ ପ୍ରତାପ ସାମଲଙ୍କୁ ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ତାଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରିବ ତଦନ୍ତକାରୀ ଟିମ୍‌ । ଭିଜିଲାନ୍ସ ଟିମ୍‌ ରେଡ୍‌ ବେଳେ ପ୍ରତାପଙ୍କ ପାଖରୁ ମିଳିଥିଲା ୧୫ କୋଟି ଟଙ୍କାର ସମ୍ପତ୍ତି । ଯାହା ତାଙ୍କ ଆୟର ହଜାରେ ୨୨ ପ୍ରତିଶତ ଅଧିକ ।

ତଦନ୍ତରୁ ଜଣା ପଡିଛି, ସେୟାର ଓ ଡିବେଞ୍ଚରରେ ସେ ପ୍ରାୟ ୧ କୋଟି ୭ ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଛନ୍ତି । କଳାଧନ ଟଙ୍କାରେ ପ୍ରତାପ ତିଆରି କରିଥିଲେ ୨ଟି ଓଡ଼ିଆ ସିନେମା। ସିନେମାରେ ପତ୍ନୀ ସସ୍ମିତା ସାମଲ ଥିଲେ ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ନିଜେ ମଧ୍ୟ କାର୍ଯ୍ୟକାରୀ ପ୍ରଯୋଜକ ଥିବା ଜଣା ପଡ଼ିଥିଲା । ଏନେଇ ବି ତାଙ୍କୁ ରିମାଣ୍ଡରେ ତଥ୍ୟ ବାହାର କରିବ ଭିଜିଲାନ୍ସ । ଭିଜିଲାନ୍ସ OFDCକୁ ପ୍ରତାପ ସାମଲଙ୍କ ସିନେମାରେ ନିବେଶ ସଂପର୍କିତ ତଥ୍ୟ ମାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ପ୍ରତାପ ସାମଲ ।

Leave A Reply

Your email address will not be published.