୨୦୧୯ ନିର୍ବାଚନରେ କିଏ ଧରିବ ବିଜେପି ମଙ୍ଗ? ପ୍ରତିକ୍ରିୟା ରଖିଲେ ବିଜେପି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର(କେନ୍ୟୁଜ୍) : ୨୦୧୯ ନିର୍ବାଚନରେ କିଏ ଧରିବ ବିଜେପି ମଙ୍ଗ? କିଏ ହେବେ ନବୀନଙ୍କ ବିକଳ୍ପ ? ଏନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ବିଜେପି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେପିରେ ମୁଖ୍ୟମନ୍ତ୍ରୀ ପାଇଁ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି । ତେବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଚୂଡାନ୍ତ ନିଷ୍ପତ୍ତି ନେବେ । ମତେ କେହି କହିନାହାଁନ୍ତି ଆମେ କାହା ନେତୃତ୍ୱରେ ନିର୍ବାଚନ ଲଢିବୁ । ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଥିଲେ । ଫେସବୁକ୍ ଓ ଗଣମାଧ୍ୟମ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛା ଯାଏନାହିଁ । କଳ୍ପନାରେ କାହିଁକି ଭାସିବା ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।