ଲୋକସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏମିତି ଦେଲେ ଭାଷଣ, ମନ୍ତ୍ରମୁଗ୍ଧ ହୋଇଗଲେ ସବୁ ସାଂସଦ

ନୂଆଦିଲ୍ଲୀ(କେନ୍ୟୁଜ୍) : ବଜେଟ୍‌ ଅଧିବେଶନରେ ଆଜି ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଚାଲିଛି ଧନ୍ୟବାଦ ପ୍ରସ୍ତାବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ଦେବାକୁ ଥିବା ବେଳେ ଲୋକସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଧନ୍ୟବାଦ ପ୍ରସ୍ତାବ ଦେଇଛନ୍ତି । ନିଜର ଅଭିଭାଷଣରେ ସମସ୍ତଙ୍କୁ ସ୍ତବ୍ଧ କରିଛନ୍ତି ପ୍ରତାପ। ଗୋପବନ୍ଧୁଙ୍କ ଉକ୍ତିକୁ ଲୋକସଭାରେ ଉଚ୍ଚାରଣ କରିଛନ୍ତି। ପ୍ରଥମେ ଇଂରାଜୀରେ ଓ ପରେ ହିନ୍ଦୀ ଓ ସଂସ୍କୃତରେ ଗୃହକୁ ସମ୍ବୋଧିତ କଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଐତିହାସିକ ଥିଲା ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ମୋଦିଙ୍କ ଏକ୍ସପେରିମେଣ୍ଟ ସଫଳ ହୋଇଛି। ମୋଦି ଯାହା କହିଛନ୍ତି ତାହା କରି ଦେଖାଇଛନ୍ତି। ଏହାସହ ଯମୁନାମଣି ଓ ଯବାନଙ୍କ ବୀରତ୍ୱ ଗାଥା ଉଠାଇଥିଲେ। ପାଖାପାଖି ୫୦ ମିନିଟ୍‌ ନିଜ ସମ୍ବୋଧନ ରଖୁଛନ୍ତି ପ୍ରତାପ ଷଡଙ୍ଗୀ । ସେ ୫ଟି ଭାଷାରେ ସମ୍ବୋଧନ କରିଛନ୍ତି। ପ୍ରତାପଙ୍କ ଧନ୍ୟବାଦ ପ୍ରସ୍ତାବରେ ହିନ୍ଦି, ଇଂରାଜୀ, ଓଡ଼ିଆ, ସଂସ୍କୃତ ଓ ବଙ୍ଗଳା ଭାଷାରେ ରହିଛି। ଗତ ୨୦ ତାରିଖରେ ବଜେଟ୍‌ ଅଧିବେଶନର ମିଳିତ ଅଧିବେଶନକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

You might also like