ନାଁ ତାଙ୍କର ପ୍ରତିଚି ମହାନ୍ତି । ବୟସ ୨୦ ବର୍ଷ । ଦେଖିଲେ ବିଶ୍ବାସ କରି ହେବନି ଯେ ଏତେ କମ୍ ବୟସର ଝିଅଟି ଏପରି ଜୀବନ ପାଇଁ ସଂଘର୍ଷ କରୁଛି ବୋଲି । ତାଙ୍କ କଷ୍ଟ ଦେଖିଲାରୁ ଆଖିରେ ଲୁହ ରହୁନି। ତାଙ୍କ ବୟସର ଝିଅ ସମସ୍ତେ ସାଙ୍ଗ ସାଥି ସହ ନିଜ ଜୀବନରେ ବହୁତ ଅଗକୁ ବଢ଼ିଥିବା ବେଳେ ସେ ଆଜି ଜୀବନ ରକ୍ଷା ପାଇଁ ସଂଘର୍ଷ କରୁଛନ୍ତି । ଆଉ ତାଙ୍କ ପରିବାର ତାଙ୍କ ପାଇଁ ଲୁହ ଗଡ଼ାଉଛନ୍ତି ।
ପ୍ରତିଚି ଆକ୍ୟୁଟ୍ ମାଇଲୋଏଡ୍ ଲ୍ୟୁକେମିଆ (ଏମ୍ଏଲ୍) ସବ୍ ଟାଇପ୍ ୱାନ୍ ରୋଗରେ ଆକ୍ରାନ୍ତ । 90% ବୋନ୍ ମାରୋ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେ ବର୍ତ୍ତମାନ ବିଶାଖାପାଟଣାର ହୋମି ଭବା କାନସର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକତ୍ସା ଚାଲିଥିବା ବେଳେ ସାହସର ସହିତ ସେ ମଧ୍ୟ ସଂଘର୍ଷ କରୁଛନ୍ତି ।
ପ୍ରତିଚି କେମୋଥେରାପିର ପ୍ରଥମ ଷ୍ଟେଜ୍ ଶେଷ କରି ସାରିଛନ୍ତି । କିନ୍ତୁ ଆଶା କରାଯାଉଥିବା ପରି ପାର୍ଶ୍ୱ ପ୍ରତିକ୍ରିୟା ଗୁଡ଼ିକ ଏହାର ପ୍ରଭାବ ପକାଇବାକୁ ଆରମ୍ଭ କରିଛି । ଜୀବନ ସହିତ ସଂଗ୍ରାମ କରିବା ବର୍ତ୍ତମାନ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି । ପ୍ରତିଚିଙ୍କୁ ସୁସ୍ଥ ହେବା ପାଇଁ ଅତିକମରେ ଆନୁମାନିକ ଚିକିତ୍ସା ସମୟ ପ୍ରାୟ ୬ ମାସ ଲାଗି ପାରେ । କେବଳ ତାଙ୍କ ଚିକିତ୍ସା ପାଇଁ ୧୨ରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ବିଶାଖାପାଟଣାରେ ରହୁଥିବାରୁ ଏହା ସହିତ, ତାଙ୍କ ବାପା ମା’ଙ୍କ ପାଇଁ ମଧ୍ୟ ରହିବା ଓ ଖାଇବା ଆଦିର ଖର୍ଚ୍ଚ ରହିଛି ।
ପରିବାର ଲୋକେ ଝିଅ ପ୍ରତିଚି ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ଧାର କରଜରେ ବୁଡ଼ି ସାରିଲେଣି । ବନ୍ଧୁବର୍ଗ ମଧ୍ୟ ଯଥାସାଧ୍ୟ ସାହାଯ କରିଛନ୍ତି । ସଂଭ୍ରାନ୍ତ ପରିବାର ହୋଇଥିବାରୁ କାହା ଆଗରେ ହାତ ପତାଇବାକୁ ଚାହୁଁ ନାହାନ୍ତି ତାଙ୍କ ବାପା ମାଆ । ହେଲେ ଝିଅର ଅବସ୍ଥା ସେମାନଙ୍କୁ ଶୂନ୍ୟ ହସ୍ତରେ କେବଳ ଲୁହ ଗଡ଼ାଇବାକୁ ବାଧ୍ୟ କରିଛି ।
ପ୍ରତିଚି ପରିବାର ସହିତ ବ୍ରହ୍ମପୁର ସହରରେ ରୁହନ୍ତି । ସେ ଖଲିକୋଟ ବିଶ୍ବବିଦ୍ୟାଳୟରେ ସ୍ନାତକ ଶେଷ ବର୍ଷର ଛାତ୍ରୀ । ଜୀବନରେ ଅନେକ ଆଗକୁ ଯିବା ପାଇଁ ସ୍ବପ୍ନ ଦେଖିଛନ୍ତି । ହେଲେ ତାଙ୍କ ସ୍ବପ୍ନ ଓ ଭବିଷ୍ୟତ ଆଗରେ ପ୍ରତିବନ୍ଧକ ସାଜିଛି ଏହି ରୋଗ ।
ଏଭଳି ଦୁଃଖଦପୂର୍ଣ୍ଣ ସମୟରେ ସହାୟତା ପାଇଁ ଅନୁରୋଧ କରୁଛନ୍ତି । ଲୋକମାନଙ୍କର ଦୁଃସମୟରେ ଆପଣମାନେ ସବୁ ବେଳେ ଠିଆ ହୋଇଛନ୍ତି । କେନ୍ୟୁଜରେ ଖବର ପ୍ରସାରଣ ପରେ ଅନେକ ସହାୟତାର ହାତ ବଢ଼ି ଆସିଛି ଏଭଳି ଲୋକଙ୍କ ପାଇଁ । ଏଥର ମଧ୍ୟ ଆଶା କରୁଛୁ କି ପ୍ରତିଚିଙ୍କ ଚିକିତ୍ସା ପାଇଁ ଆପଣମାନଙ୍କ ସହଯୋଗ ରହିବ । ଯଦି କୌଣସି ବଦାନ୍ୟ ବ୍ୟକ୍ତି ପ୍ରତିଚିଙ୍କୁ ସାହାଯ୍ୟ କରନ୍ତି ହୁଏତ ପ୍ରତିଚି ଯଥାଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସନ୍ତା ଏବଂ ନୂଆ ଜୀବନ ପାଆନ୍ତେ ଏହି ଝିଅଟି ।
ତେବେ ଯଦି ଆପଣ ସହାୟତାର ହାତ ବଢ଼ାଇବାକୁ ଚାହାଁନ୍ତି ତେବେ ଏହି ଠିକଣାରେ ଆପଣ ଯୋଗାଯୋଗ କରିପାରିବେ….
ହିତାଧିକାରୀଙ୍କ ନାମ: ଦେବୀ ପ୍ରସନ୍ନ ମହାନ୍ତି
ଆକାଉଣ୍ଟ ନଂ : 3217010100005451
IFSC କୋଡ୍: PUNB0491100
ଫୋନ୍ ପେ ନମ୍ବର: 9437310636