ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ବ ନେଲେ ପ୍ରତୀକ ସିଂ, ଅପରାଧ ନିୟନ୍ତ୍ରଣ ରହିବ ଚ୍ୟାଲେଞ୍ଜ

ଭବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ବ ଗ୍ରହଣ କଲେ ପ୍ରତୀକ ସିଂ। ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ସମସ୍ତ ଏସିପି,ଆଇଆଇସି ନୂଆ ଡିସିପିଙ୍କୁ ସ୍ୱାଗତ କରିଥିଲେ। ।ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ, ଭିଭିଆଇପି ମୁଭମେଣ୍ଟ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ରହିବ ଫୋକସ। କଟକରେ କାମ କରିବାର ଅନୁଭୂତି କାମ ଦେବ।

ନୂଆ ଡିସିପି କହିଛନ୍ତି ମୁଁ ପୂର୍ବରୁ ଯୋଜନା କରିଛି କାମ କରିବାର। ବିଭିନ୍ନ ଥାନା ସହିତ ଆଲୋଚନା କରି କେଉଁ ଥାନାରେ କଣ ସମସ୍ୟା ପ୍ରଥମେ ଆଲୋଚନା କରି ପଦକ୍ଷେପ ନିଆଯିବ। ଲୁଟପାଟ,ଅପରାଧ ବଢୁଥିବା ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ନୂଆ ଡିସିପି କହିଛନ୍ତି ଲୋକଙ୍କ ସହିତ ସମ୍ପର୍କ ରଖି କାମ କରିବି। ଦାୟିତ୍ୱ ନେବାପରେ ସମସ୍ତ ଇନିସ୍ପେକ୍ଟର, ଏସିପି, ଅତିରିକ୍ତ ଡିସିପି ଙ୍କ ସହ ଆଲୋଚନା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.