ଆଜି ବସିବ ରାଜ୍ୟ ପ୍ରାକ୍ ବଜେଟ ବୈଠକ, ୨୦୨୫-୨୬ ବର୍ଷର ବଜେଟ ପାଇଁ ହେବ ବିଚାରବିମର୍ଶ

ଭୁବନେଶ୍ୱର : ଆଜି ବସିବ ରାଜ୍ୟ ପ୍ରାକ୍ ବଜେଟ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶାରଦ ଓ ବିଭିନ୍ନ ମହଲର ପ୍ରତିନିଧି ସାମିଲ ହେବେ । ୨୦୨୫-୨୬ ବର୍ଷର ବଜେଟ ପାଇଁ ହେବ ବିଚାରବିମର୍ଶ । ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ବଜେଟ । ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୧୭ ତାରିଖ ଗୃହରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୩ ଫେବ୍ରୁଆରୀରୁ ଆରମ୍ଭ ହୋଇ ୨୧ ଫେବ୍ରୁଆରୀ ଯାଏ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୭ ମାର୍ଚ୍ଚରୁ ଏପ୍ରିଲ ୫ ଯାଏ ଅନୁଷ୍ଠିତ ହେବ ।
ଗତକାଲି ବିରୋଧୀଙ୍କ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ଏଭଳି ଚେତାବନୀ ରାଜନୈତିକ ମାହୋଲକୁ ଗରମ କରିଦେଇଛି। ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସୁରମାଙ୍କ ଚେତାବନୀ ରାଜନୈତିକ ପାରା ବଢ଼େଇ ଦେଇଛି । ବାଚସ୍ପତିଙ୍କ ମନ୍ତବ୍ୟକୁ କଡା ବିରୋଧ କରିବା ସହ ଶୃଙ୍ଖଳାର ପାଠ ପଢେଇଛନ୍ତି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।
ଆହୁରି ପଢନ୍ତୁ : ବଜେଟ୍ ଅଧିବେଶ ବେଳେ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ବାଚସ୍ପତି