ଦେଶରେ ହେବ କି ଆଗୁଆ ନିର୍ବାଚନ ! ପ୍ରସ୍ତୁତି ନେଇ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି

election genericଭୁବନେଶ୍ବର : ଦେଶରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନରେ ପ୍ରତି ବୁଥ୍‌ରେ କେତେ ଖର୍ଚ୍ଚ ହେବ, ସେନେଇ ହିସାବ ଦେବାକୁ କୁହାଯାଇଛି । ଏଥର ସାଧାରଣ ନିର୍ବାଚନରେ VVPAT ବ୍ୟବହାର କରାଯିବ । ପ୍ରତି ଜିଲ୍ଲାରେ ହେବ ଷ୍ଟ୍ରଙ୍ଗ ରୁମ୍‌ । ଏ ନେଇ ମଧ୍ୟ ରିପୋର୍ଟ ମଗାଯାଇଛି । ଭୋଟରଙ୍କୁ ସଚେତନ କରିବା ପାଇଁ ଡୋର ଟୁ ଡୋର କ୍ୟାମ୍ପେନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ନିର୍ବାଚନ ନେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏହା ଗଣତନ୍ତ୍ର ପ୍ରତି ଷଡଯନ୍ତ୍ର । ବିଜେପି ଓଡିଶାରେ ତା’ର ସ୍ଥିତି ହରାଇସାରିଛି ବୋଲି ସେ କହିଛନ୍ତି । ତେବେ ଯେ କୌଣସି ସମୟରେ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ବୋଲି କହିଛି ।

ଗତ ୧୭ ତାରିଖରେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ପୁଣି ଉଠିଥିଲା ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗ । ସବୁ ରାଜ୍ୟଙ୍କୁ ଏ ପ୍ରସଙ୍ଗରେ ଗୁରୁତ୍ୱର ସହ ବିଚାର କରିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ଏକ ୟୁନିଫର୍ମ ଭୋଟର୍‌ ଲିଷ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ସେହିପରି ଏକସଙ୍ଗେ ନିର୍ବାଚନ ପ୍ରସଙ୍ଗରେ ସବୁ ରାଜନୈତିକ ଦଳଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଲ’ କମିଶନ । ଜୁନ୍‌ ୩୦ ସୁଦ୍ଧା ଲିଖିତ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରାଯାଇଛି । ଏହାସହ ଜୁଲାଇ ୭ ଓ ୮ ତାରିଖରେ ସବୁ ରାଜ୍ୟର ରାଜନୈତିକ ଦଳଙ୍କୁ କମିଶନ ଭେଟିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.