ଢେଙ୍କାନାଳ ଲହଡ଼ା ସଂରକ୍ଷିତ ଜଙ୍ଗଲରେ ଗର୍ଭିଣୀ ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା ସଡଙ୍ଗୀରେଞ୍ଜ ଅନ୍ତର୍ଗତ ଲହଡ଼ା ସଂରକ୍ଷିତ ଜଙ୍ଗଲରେ ଗର୍ଭିଣୀ ମାଈ ହାତୀର ମୃତଦେହ ଠାବ କରିଛି ବନବିଭାଗ । ମୃତ ମାଇ ହାତୀର କୌଣସି କାରଣରୁ ପେଟରେ ଥିବା ଛୁଆ ହାତୀର ମୃତ୍ୟୁ ହେବା କାରଣରୁ ମା ହାତୀ ପିଲା ହାତୀକୁ ପ୍ରସବ କରିନପାରି ମୃତ୍ୟୁ ହୋଇଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ ମାଇ ହାତୀକୁ ନିକଟସ୍ଥ ଜଙ୍ଗଲରେ ପୋତି ଦିଆଯାଇଛି । ମୃତ ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାପଡିଛି।