ପୁଣି ମୋହନାରେ ଜନନୀ ଯନ୍ତ୍ରଣା, ଏକ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ଚନ୍ଦ୍ରଗିରି ପଞ୍ଚାୟତ କଙ୍କୋରଡା ଗ୍ରାମର ମୁନା ଶବର ଙ୍କ ସ୍ତ୍ରୀ ସୁନିତା ଶବର ନିଜ ମାମୁଁ ଘର ଗାଁ ଯେଗେରେସିଂକୁ ଆସିଥିଲେ ଗୁରୁବାର ଅପରାହ୍ନରେ ହଠାତ ସୁନିତାଙ୍କୁ ପ୍ରସବ ବେଦନା ହେବାରୁ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସି ରାକେଶପଙ୍କା ଗ୍ରାମରେ ଅଟକି ଯାଇଥିଲା।

ମୋହନା(କେନ୍ୟୁଜ୍): ଗାଁକୁ ପହଁଚିଲାନି ୧୦୮ ଆମ୍ବୁଲାନ୍ସ, ଏକ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତର ଦୁର୍ଗମ ଯେଗେରେସିଂ ଗ୍ରାମରେ। ସୂଚନା ପ୍ରକାରେ ଚନ୍ଦ୍ରଗିରି ପଞ୍ଚାୟତ କଙ୍କୋରଡା ଗ୍ରାମର ମୁନା ଶବର ଙ୍କ ସ୍ତ୍ରୀ ସୁନିତା ଶବର ନିଜ ମାମୁଁ ଘର ଗାଁ ଯେଗେରେସିଂକୁ ଆସିଥିଲେ ଗୁରୁବାର ଅପରାହ୍ନରେ ହଠାତ ସୁନିତାଙ୍କୁ ପ୍ରସବ ବେଦନା ହେବାରୁ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସି ରାକେଶପଙ୍କା ଗ୍ରାମରେ ଅଟକି ଯାଇଥିଲା।

ପାହାଡିଆ ମାଟି ପଥର ରାସ୍ତାରେ ଆମ୍ବୁଲାନ୍ସ ଆଗକୁ ବଢ଼ି ପାରିନଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ଦୁଇ କିଲୋମିଟର ପାହାଡିରାସ୍ତା ଚଢି ଗ୍ରାମରେ ପହଞ୍ଚିବା ସହ ଷ୍ଟ୍ରେଚର ଭାରରେ ବୋହି ସୁନିତାଙ୍କୁ ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ଗର୍ଭବତୀଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁନିତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।  ଉଭୟ ମାଁ ଓ ଶିଶୁ ସୁସ୍ଥ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.