ରାସ୍ତା ଖରାପ ଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଅଧା ବାଟରେ ଜନ୍ମ ଦେଲେ ପୁତ୍ର ସନ୍ତାନ

ନବରଙ୍ଗପୁର: ଅବ୍ଯବସ୍ଥା ଭିତରେ ଜୀବନ। ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ ମାଣ୍ଡାଡଙ୍ଗରି ଗାଁରେ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଠିକଣା ସ୍ଥଳରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଯାହାଫଳରେ ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା ।

ହେଲେ ସେହି ସମୟରେ ଅଧା ବାଟରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଅଙ୍ଗନଓ୍ଵାଡିକର୍ମୀ ପହଞ୍ଚି ତାଙ୍କୁ ଝରିଗାଁ ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.