ସୀମା ଟପିଲା ବର୍ବରତା, ଲୁଟ ପରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା

ବଣାଇ:  ସୀମା ଟପିଲା ବର୍ବରତା । ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା । ଲୁଟ୍ କରିବାକୁ ଆସି ମାରିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଦେବେନ୍ ବେହେରାଙ୍କ ଘରକୁ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇଥିଲେ । ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ । ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳା ଜଣକ ୭ ମାସର ଗର୍ଭବବତୀ ଥିଲେ । ଲୁଟ ପାଇଁ ହତ୍ୟା ନା ଅନ୍ୟ କୌଣସି କାରଣ ରହିଛି ସେନେଇ ଟିକାୟତପାଲି ପୋଲିସ ତଦନ୍ତ ଜାରି ରଖିଛି ।