ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ପ୍ରମାଣ ସଂଗ୍ରହ କରୁଛି ସାଇଣ୍ଟିଫିକ୍ ଟିମ୍

ବଣାଇ : ବଣାଇରେ ଗର୍ଭବତୀଙ୍କୁ କିଏ ଓ କାହିଁକି ଗୁଳି କଲା ? ଘଟଣାସ୍ଥଳରୁ ପ୍ରମାଣ ଖୋଜୁଛି ଫରେନସିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍। ଲୁଟ ପାଇଁ ହତ୍ୟା ନା ଅନ୍ୟ କୌଣସି କାରଣ ରହିଛି ସେନେଇ ଟିକାୟତପାଲି ପୋଲିସ ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ୍ ଟିମ୍ ପ୍ରମାଣ ସଂଗ୍ରହ କରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ।

ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ୭ ମାସର ଗର୍ଭବତୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଦେବେନ୍ ବେହେରାଙ୍କ ଘରକୁ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇଥିଲେ । ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣି ନେଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ। ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।।