ମହୁ ମାଛି ଆକ୍ରମଣରେ ଗର୍ଭବତୀ ମହିଳା ମୃତ

ବଣାଇ (କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମର ମୁହୁମଛି ଆକ୍ରମଣରେ ମହିଳା ମୃତ। ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଗତ କାଲି ସନ୍ଧ୍ୟାରେ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ମହୁ ମାଛି ଆକ୍ରମଣ କରିଥିଲେ।

ଗର୍ଭବତୀ ଥିବା କାରଣରୁ ସେ  ଦୌଡ଼ି ପାରିନଥିଲେ । ତାଙ୍କ ପୁଅ ସ୍ୱାମୀକୁ ଖବର ଦେଲା ପରେ ମହିଳାଙ୍କୁ ଏକ ପାଲ ଘୋଡାଇ ମହୁମାଛିଙ୍କୁ ଧୂଆଁ ଦେଲା ପରେ ମହୁମାଛି ସବୁ ଚାଲିଯାଇଥିଲେ । ପରେ ମହିଳା ଜଣକ ଗୁରୁତର ହୋଇଯାଇଥିଲେ।  ସ୍ଥାନୀୟ ଲୋକ ଏହାକୁ ଦେଖି ତାଙ୍କୁ ବଣାଇ ଡାକ୍ତରଖାନାକୁ ଆଣି ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଚାରୋଟି ସନ୍ତାନ ଥିବା ବେଳେ ଗର୍ଭରେ ଗୋଟେ ଥିଲା । ପୋଲିସ ଏକ ଅପମୁତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

Leave A Reply

Your email address will not be published.