ବାଲେଶ୍ୱର: ସୋର ଶିଙ୍ଗାଖୁଣ୍ଟା ଅଞ୍ଚଳରେ ଚାଞ୍ଚଲ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଚାଞ୍ଚଲ୍ୟ । ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ପାଣି ମାଗିବାରୁ ଦୁର୍ବୃତ୍ତ ଜଣକ ମହିଳାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଶିଙ୍ଗାଖୁଣ୍ଟା ଅଞ୍ଚଳର ଜଣେ ୭ମାସର ଗର୍ଭବତୀ ଦୁଇ ନଣନ୍ଦଙ୍କ ସହ ଘରେ ଶୋଇଥିଲେ । ଗାଁର ଜଣେ ଯୁବକ କୁମ୍ପାଣ୍ଡର ନାୟକ ପୂର୍ବ ରାଗ ସୁଝାଇବାକୁ ଯାଇ ଗର୍ଭବତୀଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାରଲୋକେ ତାଙ୍କୁ ଉଦ୍ଧାର ପାଇଁ ଯିବାରୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଧମକ ଦେଇଥିଲା । ପରେ ଗାଁଲୋକଙ୍କ ସହାୟତାରେ ଉଦ୍ଧାର କରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.