ମାଆ ପେଟରୁ ଛୁଆ ଗାଏବ ଘଟଣା ରେ ନୁଆ ଟ୍ବିଷ୍ଟ, ମିଛରେ ଗର୍ଭବତୀ ହୋଇ ନାଟକ ରଚିଥିଲେ ମହିଳା

MCP କାର୍ଡ କରି ଗର୍ଭ ବତି ସମୟ ଓ ସରକାରୀ ସୁବିଧା କେମିତି ନେଲା। ଏହି କାର୍ଡ ରେ ସଂମ୍ପୃକ୍ତ ANM କେମିତ ଲେଖିଲା ରିପୋର୍ଟ। ସମୟ ଅନୁସାରେ ଚେକ୍ଅପ ବି ହେଉଥିଲା ମହିଳା କେମିତି ସୁରାଗ ପାଇଲାନି ଦାୟିତ୍ୱରେ ଥିବା ANM। ସେପଟେ ଆଶା କହିଛି ମୂଳରୁ ତାର ପଜେଟିଭ ନଥିଲା

ମାଲକାନଗିରି(କେନ୍ୟୁଜ୍): ମାଆ ପେଟରୁ ଛୁଆ ଗାଏବ ଘଟଣା ରେ ନୁଆ ଟୁଇଷ୍ଟ । ଛୁଆ ପାଇଁ ଦ୍ଵିତୀୟ ସ୍ବାମୀଙ୍କୁ ପ୍ରତିଶୃତି ଦେବା ମହଙ୍ଗା ପଡିଲା। ମିଛରେ ଗର୍ଭବତୀ ହୋଇ ନାଟକ ରଚିଲା ମହିଳା। MCP କାର୍ଡ କରି ଗର୍ଭ ବତି ସମୟ ଓ ସରକାରୀ ସୁବିଧା କେମିତି ନେଲା। ଏହି କାର୍ଡ ରେ ସଂମ୍ପୃକ୍ତ ANM କେମିତ ଲେଖିଲା ରିପୋର୍ଟ। ସମୟ ଅନୁସାରେ ଚେକ୍ଅପ ବି ହେଉଥିଲା ମହିଳା କେମିତି ସୁରାଗ ପାଇଲାନି ଦାୟିତ୍ୱରେ ଥିବା ANM। ସେପଟେ ଆଶା କହିଛି ମୂଳରୁ ତାର ପଜେଟିଭ ନଥିଲା। CDMO କହିଛନ୍ତି ଏହି ଘଟଣାକୁ ଗୁରୁତର ନେଇ ତଦନ୍ତ କରାଯାଉଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CDMO କହିଛନ୍ତି।

ଆଜି ସକାଳୁ ବଡ ଧରଣର ହାଇ ଡ୍ରାମା ଚାଲିଥିଲା ମାଲକାନଗିରି ଜିଲ୍ଲା ମାଥିଲି ଚିକିତ୍ସାଳୟରେ । ଗର୍ଭବତୀ ଯନ୍ତ୍ରଣା ବହାନା କରି ସ୍ବାସ୍ଥ୍ୟକେନ୍ଦ୍ର ଆସିଥିଲେ ଆଦିବାସୀ ମହିଳା।ଏହା ପରେ ପ୍ରସୂତି କକ୍ଷରୁ ଛୁଆ ଗାଏବ ହୋଇଥିବା ଅଭିଯୋଗ କରି ନୁଆ ଡ୍ରାମା ଆରମ୍ଭ କଲେ।
ମହିଳା ଜଣକ ମାଥିଲି ବ୍ଲକ ଅନ୍ତର୍ଗତ ବୀରେନପାଲିରୁ ବନ୍ଧୁ ଙ୍କ ଧର୍ମପତ୍ନୀ କୌଶଲ୍ୟା ପ୍ରତିମାସରେ ମିଛ ବାହାନା କରି ଏଏନଏମଙ୍କ ପାଖରେ ଚେକଅପ ମଧ୍ୟ କରାଉଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ମହିଳା ଜଣକ ପ୍ରଥମ ସ୍ୱାମୀଙ୍କ ଦୁଇଟି ଛୁଆ ଅଛି।

୨୦୧୭ ମସିହାରେ ଫ୍ୟାମିଲି ପ୍ଲାନିଂ ଅପରେସନ କରାଯାଇଛି।ଯେତେ ବେଳେ ଲେବର ରୁମକୁ ଆସିଲେ ତୁରନ୍ତ ଚେକ ଅପ କରାଯାଇଛି।ଗର୍ଭବତୀ ଥିବାର କୋଣସି ଲକ୍ଷଣ ନଥିବା ଜଣା ପଡ଼ିଛି। ମହିଳା ଜଣକ ନିଜେ ମଧ୍ୟ ପେଟରେ ଗ୍ୟାସ୍ ଥିବା ସ୍ବୀକାର କରିଛି। ଏନେଇ ପୋଲିସ ଅଧିକ ତଦନ୍ତ କରୁଛି।