ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ଶ୍ରୀଜିଉଙ୍କ ପହଣ୍ଡି ପ୍ରସ୍ତୁତି

snana purnimaପୁରୀ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସନ୍ଧ୍ୟାଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ କରାଯିବ। ତାପରେ ମହାପ୍ରଭୂଙ୍କ ବଡସିଂହାର ବେଶ କରାଯିବ। ଆସନ୍ତାକାଲି ଦିନବେଳା ସେନାପଟା ଲାଗି କରାଯିବ। ତେଣୁ ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ୨୮ତାରିଖରେ ସ୍ନାନମଣ୍ଡପକୁ ବିଜେ କରିବେ ତିନି ଠାକୁର। ଗତକାଲି ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

Leave A Reply

Your email address will not be published.