ଆସୁଛି ଗଣେଶ ପୂଜା : ଚାଲିଛି ଜୋରଦାର ପ୍ରସ୍ତୁତି

ଖୋର୍ଦ୍ଧା (କେନ୍ୟୁଜ୍) : ଆସୁଛି ଗଣେଶ ପୂଜା । ଚଳଚଞ୍ଚଳ ଖୋର୍ଦ୍ଧା ଜିଲ୍ଳା ଜଟଣୀ ସହର । ପ୍ରାୟ ୩ଶହରୁ ଅଧିକ ପେଣ୍ଡାଲରେ ପୂଜା ପାଇବେ ବିଘ୍ନ ବିନାଶନ ଅଗ୍ର ପୂଜ୍ୟ ପ୍ରଭୁ ଶ୍ରୀ ଗଜାନନ । ଏନେଇ ସମସ୍ତ ପୂଜା ପେଣ୍ଡାଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ମୂର୍ତ୍ତି କାରିଗରମାନେ ମଧ୍ୟ ତତ୍ପର । ପୂଜା ପେଣ୍ଡାଲ ପକ୍ଷରୁ କମିଟିର ଚାହିଦା ମୁତାବକ ମୂର୍ତ୍ତି ତିଆରି କରୁଛନ୍ତି ଶିଳ୍ପୀମାନେ । କାହିଁ କେଉଁକାଳରୁ ଜଟଣୀରେ ବଡ ଯାକଜମକରେ ପାଳନ ହୋଇ ଆସୁଛି ଗଣେଶ ପୂଜା । ମୂର୍ତ୍ତି ତିଆରି ପାଇଁ ଏଠାକୁ କଲିକତାରୁ ଶିଳ୍ପୀମାନେ ଆସୁଛନ୍ତି । ଚଳିତ ବର୍ଷ ବିଭିନ୍ନ ଡିଜାଇନର ମୂର୍ତ୍ତି ନିର୍ମାଣ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.