ମେଲାଣି ନେବେ ମା’, ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି

ଭୁବନେଶ୍ବର : ଶେଷ ହେଲା ମାଆ ଦୂର୍ଗାଙ୍କ ପୂଜା । ଏବେ ମା’ଙ୍କୁ ମେଲାଣି ଦେବାର ବେଳା । ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ରାଜଧାନୀରେ ୩ଟି ସ୍ଥାନରେ ଭସାଣ ଉତ୍ସବ ପାଳନ ହେବ । ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରେ ପାଳନ ହେବ ଭସାଣ ଉତ୍ସବା ସୁରକ୍ଷାକୁ ଆଖି ଆଗରେ ରଖି ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେପଟେ ମା’ଙ୍କ ବିସର୍ଜ୍ଜନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪ ଟି ଅସ୍ଥାୟୀ ପୋଖରୀ କରାଯାଇଛି । କୁଆଖାଇ ନଦୀରେ ଦୁଇଟି ଅସ୍ଥାୟୀ ପୋଖରୀ ହୋଇଥିବା ବେଳେ ଅନ୍ୟ ଦୁଇଟି ପାଣ୍ଡରା ଓ ଦୟା ନଦୀ କୂଳରେ ତିଆରି ହୋଇଛିା ସୁରୁଖୁରରେ ପୂଜା ପଣ୍ଡାଲର କର୍ମକର୍ତ୍ତମାନେ ଯେଭଳି ଭାବେ ମାଆଙ୍କ ମୂର୍ତ୍ତିକୁ ବିସର୍ଜ୍ଜନ କରିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛିା ପୋଖରୀ ଚାରିପାଖରେ ଲାଇଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ବିସର୍ଜ୍ଜନ ହେଉଥିବା ମୂର୍ତ୍ତି ସବୁ ଯେଭଳି ନଦୀ ପାଣିରେ ନ ମିଶିପାରିବ ସେଥିପାଇଁ ବ୍ୟବସ୍ଥା ହୋଇଛି।

ଭସାଣ ଉତ୍ସବ ଓ ବିସର୍ଜନ ବେଳେ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । ସେପଟେ ଅସ୍ଥାାୟୀ ପୋଖରୀ ନିକଟରେ ଅଗ୍ନିଶମ କର୍ମଚାରୀ ମାନେ ମୁତୟନ ହେବେ ।

You might also like