ମେକ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,ସମ୍ମିଳନୀର ମୁଖ୍ୟ ଆକର୍ଷଣ ମୁକେଶ ଅମ୍ବାନୀ

ଭୁବନେଶ୍ୱର : ମେକ୍ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣ ପାଇଁ ସଜେଇ ହେଉଛି ଭୁବନେଶ୍ୱର ଜନତା ମଇଦାନ । ଏବେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଆଦି ନାଁରେ ତିଆରି ଚାଲିଛି ୬ଟି ବଡ଼ ହଲ୍‌ । ଏଥର ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ସେହିପରି ଜେଏସଡବ୍ଲୁ ଷ୍ଟିଲର ସିଏମଡି ସଜ୍ଜନ ଜିନ୍ଦଲ ଏବଂ ଓୟୋ ଫାଉଣ୍ଡେସନର ଅଧ୍ୟକ୍ଷ ଋତେଶ ଅଗ୍ରୱାଲ ମଧ୍ୟ ଭାଗ ନେବେ । ବିଜିନେସ୍‌ ଲିଡରସିପ୍‌ ମିଟ୍‌ରେ ଟାଟା ଗ୍ରୁପର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନଙ୍କ ସମେତ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦ୍ରା, ଗୌତମ ଆଦାନୀ, ଅନୀଲ ଅଗ୍ରୱାଲ, ନବୀନ ଜିନ୍ଦଲ ପ୍ରମୁଖ ଭାଗନେବାର କାର୍ଯ୍ୟକ୍ରମ ରହିଛି । କେବଳ ଦେଶର ପ୍ରମୁଖ ଶିଳ୍ପପତି ନୁହେଁ ବିଦେଶୀ ବ୍ୟବସାୟୀ ପ୍ରତିନିଧି ମଧ୍ୟ ଯୋଗଦେବେ ।

ମେକ୍‌ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣରେ ୬ଟି କ୍ଷେତ୍ରରେ ଅଧିକ ଫୋକସ । ସେଗୁଡ଼ିକ ହେଲା-ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ, କେମିକାଲ୍ସ ଓ ପେଟ୍ରୋ କେମିକାଲ୍ସ, ଡାଉନଷ୍ଟ୍ରିମ୍‌, ଆଇଟି ଓ ପର୍ଯ୍ୟଟନ ଶିଳ୍ପ । ମେକ ଇନ ଓଡ଼ିଶା ପ୍ରଥମ ସଂସ୍କରଣରେ ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା। ଏଥର ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।

ଆସନ୍ତା ୧୧ରୁ ୧୫ ତାରିଖ ଯାଏଁ ଚାଲିବ ମେକ୍‌ ଇନ ଓଡ଼ିଶା କନକ୍ଲେଭ-ଟୁ । ସେଦିନ ସକାଳେ ପୁରୀଠାରୁ ଆରମ୍ଭ କରି କୋଣାର୍କ, ଧଉଳିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।

Leave A Reply

Your email address will not be published.