ବଡ ଅପରେସନ୍‌ ପାଇଁ ସଜବାଜ: ମେଳି ହେଉଛନ୍ତି ନକ୍ସଲ, ଦମନ ପାଇଁ ପ୍ରସ୍ତୁତି ଆରମ୍ଭ 

କନ୍ଧମାଳ(କେନ୍ଯୁଜ୍): ଥରେ କି ଦୁଇ ଥର ନୁହେଁ ଜୁନ୍‌-ଜୁଲାଇରେ ତିନି ତିନି ଥର ମୁହାଁମୁହିଁ ହୋଇଛନ୍ତି ନକ୍ସଲ-ଯବାନ । ଦୁଇ ଦିନ ଧରି ଉଭୟଙ୍କ ମଧ୍ୟରେ ଛକାପଂଝା ଚାଳିଲା, ଗୁଳି ବିନିମୟ ବି ହେଲା । ସୂଚନା ମିଳିଥିଲା ନକ୍ସଲ ନେତା ଦସ୍ରୁ ହିଁ ବାରମ୍ବାର ମେଳି କରୁଛି । ଏବେ ସୂଚନା ମିଳିଛି କେକେବିଏନ ଡିଜିଜନର ନେତୃତ୍ୱ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ନେଇଛନ୍ତି । ସେ ଆନ୍ଧ୍ରପ୍ରଦେଶରୁ ଆସିଛି ଓ ଲୋକଙ୍କୁ ଉସୁକାଇବା ସହ ପୋଲିସ ବିରୋଧରେ ଆକ୍ରମଣାତ୍ମକ ଅଭିଯାନ ପାଇଁ ସୁଯୋଗ ଖୋଜୁଛି ।

ନିକଟରେ ଅପରେସନ ବେଳେ ଜଣେ ଯବାନ ଗୁରୁତର ହୋଇଥିଲେ । ଡିଜିପି ଅଭୟ ତାଙ୍କୁ ସିଧାସଳଖ ହେଲିକପ୍ଟରରେ ଉଠାଇ ଚିକିତ୍ସା କରାଇଥିଲେ । ଏହି ଅପରେସନ ସଂପର୍କରେ ବିଶଦ ତଥ୍ୟ ହାସଲ କରିବା ପରେ ଏବେ ପୋଲିସ ଶିବିରରେ କମ୍ପନ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଆଇଜି ଅପରେସନ ଅମିତାଭ ଠାକୁର ଏବେ କନ୍ଧମାଳରେ କ୍ୟାମ୍ପ କରୁଛନ୍ତି । ସମୁଦାୟ ରଣନୀତିର ସମୀକ୍ଷର ଚାଲିଛି ।

ପ୍ରତି କମ୍ପାନି ଅପରେସନ ବେସ୍‌ରେ ଇତିମଧ୍ୟରେ ବୈଠକ ଶେଷ ହୋଇଛି । କେବଳ ସେତିକି ନୁହେଁ ଥାନା ସ୍ତରରେ ବି ମୁକାବିଲାମୂଳକ ପଦକ୍ଷେପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନକ୍ସଲ ମେଳି ବାନ୍ଧିବା ଖବର ମିଳିବା ପରେ ବଡ ଅପରେସନ ଲାଗି ପୂରା ସଜବାଜ ଚାଲିଛି । ଖବର ମିଳିବା ମାତ୍ରେ ପ୍ରଚଣ୍ଡ ଆକ୍ରମଣ ଲାଗି ଯବାନ ଓ ପୋଲିସକୁ ସଙ୍କେତ ଦିଆଯାଇଛି । ସେହିପରି ଯେଉଁମାନେ ନକ୍ସଲଙ୍କୁ ସୁରକ୍ଷା ବା ଆଶ୍ରୟ ବା ଖବର ଦେଉଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ସହ କଠୋର ପଦକ୍ଷେପ ଲାଗି ସିଓବି ଓ ଥାନା ଗୁଡିକୁ ସତର୍କ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.