ଆସନ୍ତା ୨୫ରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ : କଟକ ନଗର କଂଗ୍ରେସ କମିଟି କାର‌୍ୟ୍ୟାଳୟରେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ହେବା ପରେ ଆସନ୍ତା ୨୫ରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ଏଥିପାଇଁ ରାଜ୍ୟର କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କଟକ ନଗର କଂଗ୍ରେସ କମିଟି କାର‌୍ୟ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଓ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

rahul preparation

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଏହି ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ। ଆସନ୍ତା ୨୫ରେ ତମାଣ୍ଡୋରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ସାଧାରଣ ସଭାରେ କଟକ ସହରରୁ ୫ ହଜାର କଂଗ୍ରେସ କର୍ମୀ ସାମିଲ ହେବେ ବୋଲି ଆୟୋଜିତ କର୍ମୀ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି।