ଆସନ୍ତାକାଲି ଜାଗର, ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି

ଢେଙ୍କାନାଳ: ଆସନ୍ତାକାଲି ଜାଗର । ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ପୀଠର ପୀଠର ଉନ୍ନତି କରଣ କର୍ଯ୍ୟ ଯୁଦ୍ଧ କଳୀନ ଭିତିରେ କରାଯାଉଛି । ହାତପାଆନ୍ତାରେ ଭକ୍ତଙ୍କୁ ପାଣି ଯୋଗାଇ ଦେବାକୁ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଠାକୁରଙ୍କ ନୀତିକାନ୍ତି ଶୀଘ୍ର ସାରିବାକୁ ସେବାୟତ ମାନଙ୍କ ସହ ଆଲୋଚନା କରଯାିଛି । ଷୋଡଶ ଉପଚାର ସରିବା ପରେ ଭୋର ୪ଟା ବେଳକୁ ମହାଦୀପ ଉଠିବାର ମୟ ନିର୍ଘଣ୍ଟ ସ୍ଥିର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.